ପୁଣି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ, ଫେସ୍ବୁକ୍ରେ କୋଇଲି ବୈକୁଣ୍ଠ ଓ ରୋଷଶାଳାର ଫଟୋ ପୋଷ୍ଟ କଲେ ଗୁଜରାଟର ଜଣେ ଭକ୍ତ

ପୁରୀ(କେନ୍ଯୁଜ୍) : ପୁଣି ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ। ଫେସ୍ବୁକ୍ରେ କୋଇଲି ବୈକୁଣ୍ଠ ଓ ରୋଷଶାଳାର ଫଟୋ ପୋଷ୍ଟ କରିଛନ୍ତି ଗୁଜରାଟର ଜଣେ ଭକ୍ତ। ହିତେଶ ସୋନାନୀ ନାମକ ଜଣେ ବ୍ୟକ୍ତିଙ୍କ ଫେସ୍ବୁକ ଆକାଉଣ୍ଟରେ ଫଟୋ ଅପଲୋଡ୍ କରାଯାଇଛି। ତେବେ ଫଟୋ ଗୁଡିକ କେବେ ଉଠାଯାଇଛି ତାହା ଜଣାପଡିନାହିଁ।
ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ ନେବା ଉପରେ କଟକଣା ରହିଛି। ଶ୍ରୀମନ୍ଦିର ଚାରିଦ୍ୱାରରେ ପୋଲିସ ମୁତୟନ ହୋଇଛନ୍ତି। ହେଲେ ବାରମ୍ବାର ଶ୍ରୀମନ୍ଦିର ଫଟୋ ଭାଇରାଲ ହେବାରେ ଲାଗିଛି। ଏତେ ସୁରକ୍ଷା ଭିତରେ ମନ୍ଦିରକୁ କିପରି ମୋବାଇଲ ଗଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଗତ ମାସକ ମଧ୍ୟରେ ବାରମ୍ବାର ଏଭଳି ଘଟଣା ଘଟି ଚାଲିଛି। ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।