ଏତେ କଟକଣା ସତ୍ତ୍ବେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

ପୁରୀ (କେନ୍ୟୁଜ୍) : ପୁଣି ଥରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ବେଙ୍ଗାଲୁରୁର ଜଣେ ମହିଳା ପର୍ଯ୍ୟଟକ ଏହି ଫଟୋକୁ ନିଜ ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରିଛନ୍ତି । ମହିଳା ପର୍ଯ୍ୟଟକଙ୍କ ନାଁ ମେଘା ଲୁଥ୍ରା । ସେ ଇଣ୍ଡିଗୋ ଏୟାରଲାଇନ୍ସର କ୍ୟାବିନ୍‌ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି  ଏବଂ ଜଳନ୍ଧରରେ ରୁହନ୍ତି। ତେବେ ଶ୍ରୀମନ୍ଦିରକୁ ମୋବାଇଲ ନେବା ନେଇ କଟକଣା ରହିବା ବେଳେ ସେ କିପରି ମନ୍ଦିର ଭିତରେ ଫଟୋ ଉଠାଇଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

SRIMANDIRA PHOTO VIRAL-2

ଏହା ସହିତ ଏତେ କଟକଣା ପରେ ବି କିଭଳି ପର୍ଯ୍ୟଟକ ସଚେତନ ହେଉ ନାହାନ୍ତି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ପର୍ଯ୍ୟଟକଙ୍କୁ ଠିକ୍ ଭାବେ ସଚେତନ କରାଯାଉ ନାହିଁ ବୋଲି ମଧ୍ୟ ଅଭିଯୋଗ ହୋଇଛି ।