ବାଲେଶ୍ୱର: ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରି ଯୁବକ ଗିରଫ
ବାଲେଶ୍ୱର(କେନ୍ୟୁଜ୍): ଥମୁନି ଭାଇରାଲ ଭିଡିଓ ଲଜ୍ଜା। ପୁଣି ଭିଡିଓ ଭାଇରାଲ କରି ଯୁବକ ଗିରଫ। ବାଲେଶ୍ୱର ସଦର ଥାନା ଧନପୁରରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଧନପୁର ଅଞ୍ଚଳର ଜଣେ ଯୁବକ ସେଠାକାର ଜଣେ ଯୁବତୀଙ୍କୁ ପ୍ରେମ କରିଆସୁଥିଲେ। ଏହାସହ ତାଙ୍କ ସହ ଅନ୍ତରଙ୍ଗ ମୁହୁର୍ତ୍ତ ବିତାଇ ତାର ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ତେବେ ଯୁବତୀ ଜଣକ ଏହା ଜାଣିପାରି ଯୁବକଙ୍କ ଠାରୁ ଦୂରେଇ ଯାଇଥିଲେ। ଏଥିରେ ଉତ୍କ୍ଷିପ୍ତ ପ୍ରେମିକ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓକୁ ଭାଇରାଲ କରିଦେଇଥିଲେ। ପରେ ଯୁବତୀ ଜଣକ ବାରିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଯୁବକଙ୍କୁ ଗିରଫ କରିଛି।