ରାଜ୍ୟ

ରାତିରେ ରାଜଧାନୀ ଗହଳି କମି ଯିବା ବେଳକୁ ଏ ଯୁବକ ଦୌଡୁ ଥାନ୍ତି ରାଜରାସ୍ତା ଉପରେ

ଭୁବନେଶ୍ୱର (କେନିୟୁଜ ) : ଆମ ଦେଶରେ ଅନେକ ଯୁବ ପ୍ରତିଭା ଅଛନ୍ତି । ହେଲେ ସେମାନଙ୍କ ଭିତରୁ ସମସ୍ତେ ଆଗକୁ ବଢ଼ି ପାରନ୍ତି ନାହିଁ । କେବେ ଆର୍ଥିକ ଅନଟନ ତ କେବେ ଉପଯୁକ୍ତ ସୁଯୋଗର ଅଭାବ ସେମାନଙ୍କ ଗୋଡ଼ରେ ବେଡ଼ି ପକାଇଦିଏ । ହେଲେ ବେଳେ ବେଳେ କିଛି ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ଏ ଦାରିଦ୍ର୍ୟ ବି ହାରିଯାଏ । ଏମିତି ଆମ ସାମ୍ନାକୁ ଆସିଥିଲେ ଜଣେ ଯୁବକ । ଯାହାଙ୍କୁ ଆମେ ଭେଟିଥିଲୁ ରାଜଧାନୀ ଭୁବନେଶ୍ୱରର ରାସ୍ତା ଉପରେ । ପୁଣି ଦୌଡୁଥିବା ଅବସ୍ଥାରେ । ଜଣେ ଡେଲିଭରୀ ବୟ ଭଳି କାନ୍ଧରେ ବ୍ୟାଗ୍ ପକାଇ ରାଜ ରାସ୍ତାରେ ଦୌଡୁଥାନ୍ତି। ସେତେବେଳକୁ ରାତି ପ୍ରାୟ ୯ଟା ହେଲାଣି। କୌଣସି ସ୍ଥାନରେ ରହୁନଥାନ୍ତି। ଏକମୁହାଁ ହୋଇ ଦୌଡୁ ଥାଆନ୍ତି । ଆମେ ଦେଖିଲୁ ଯୁବକ ଜଣକ ଗୋଟିଏ ଗେଟ ଭିତରକୁ ଗଲା ପରେ ଦୁଆର ପାଖରେ ଅଟକି ଯାଇଥିଲେ। ତାପରେ ସେ ସେହି ଘର ଭିତରେ ଥିବା ଖାତାରେ କଣ ସବୁ ଲେଖିଲେ। ବାହାରକୁ ଆସି ଟିକେ ଗୋଡ଼ ହାତ ସିଧା କଲେ ଆଉ ଘର ଭିତରକୁ ଯାଇ ଡ୍ରେସ୍ ପିନ୍ଧିଲେ। ସେ ଯେତେବେଳେ ଖାତାରେ ଲେଖି ସାରି ବାହାରକୁ ଆସିଲେ ଆମେ ତାଙ୍କ ସହ କଥା ହେଲୁ । ସେ କହିଲେ ତାଙ୍କ ନାଁ ହେଉଛି ସନ୍ନି କୁମାର। ଘର ତାଙ୍କର ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲା କ୍ରିଷ୍ଣା ମନ୍ଦିର ଗାଁରେ।

ସନ୍ନି କୁମାର ପିଲାଟିବେଳୁ ଅଭାବ ଭିତରେ ବଢ଼ିଛନ୍ତି । ପାଠ ପଢିବା ସହିତ ମନରେ ନିଜ ବାପାଙ୍କ ପ୍ରେରଣା ରଖି ସେନାରେ ଯୋଗ ଦେଇ ଦେଶ ସେବା କରିବା ହେଉଛି ତାଙ୍କର ଲକ୍ଷ୍ୟ। ସନ୍ନି କମାରଙ୍କ ବାପା ଜଣେ ସେନା କର୍ମଚାରୀ । ଉତ୍ତର ପ୍ରଦେଶରେ ଚାକିରି କରି ଅବସର ନେଇଥିଲେ। ବାପାଙ୍କ ଆର୍ମି ୟୁନିଫର୍ମ ଏବଂ ତାଙ୍କ ଶୃଙ୍ଖଳା ନୀତିରେ ସନ୍ନି କୁମାରଙ୍କୁ ଅନୁପ୍ରାଣିତ କରିଥିଲା । ଯଦିଓ ତାଙ୍କ ଆଗରେ ଘରର ଅସୁବିଧା ଅନଟନ ମୁଣ୍ଡ ଟେକି ଠିଆ ହୋଇ ଥିଲା। ତଥାପି ସେ ହାରି ଯାଇ ନଥିଲେ । ତେଣୁ ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରୟାଗରାଜ ଛାଡ଼ି ଓଡ଼ିଶାକୁ ଚାଲି ଆସିଥିଲେ । ଏକ ଘରୋଇ ସଂସ୍ଥାରେ ସିକ୍ୟୁରିଟୀ ଚାକିରି ଖଣ୍ଡେ କରି ଘରର ଅଭାବ ପୂରଣ କରୁଛନ୍ତି ସେ ।

ତା ସହିତ ନିଜକୁ ପ୍ରସ୍ତୁତି କରୁଛନ୍ତି ସେନାରେ ଭର୍ତ୍ତି ହେବା ପାଇଁ। ଏଥିପାଇଁ କଠିନ ପରିଶ୍ରମ କରୁଛନ୍ତି ସନ୍ନି । ତାଙ୍କୁ ଅଲଗା ସମୟ ମିଳୁ ନଥିବାରୁ ସେ ଏମିତି ରାତିରେ ଦୌଡୁଛନ୍ତି । କାନ୍ଧରେ ବ୍ୟାଗ୍ ଖଣ୍ଡେ ଆଉ ଦେହରେ କଳା ହଫ୍ ପ୍ୟାଣ୍ଟ୍ ଗଞ୍ଜି । ଚାକିରି କ୍ଷେତ୍ରରୁ ଏହି ପୋଷାକରେ ଦୌଡ଼ି ଦୌଡ଼ି ଆସି ଘରେ ପହଞ୍ଚୁଛନ୍ତି। ଆଗକୁ ଫଳାଫଳ କଣ ହେବ ସେ ଜାଣନ୍ତି ନାହିଁ । ହେଲେ ନିଷ୍ଠାର ସହ ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ରୀତିମତ ପ୍ରୟାସ ଜାରି ରଖିଛନ୍ତି ସନ୍ନି । କଥାରେ ଅଛି ଉଦଯୋଗ ବଳେ ସର୍ବସିଦ୍ଧି । ତେଣୁ ଆମେ ଆଶା କରିବୁ ଏହି ଯୁବକଙ୍କ ସ୍ୱପ୍ନ ସାକାର ହେଉ ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

9 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

28 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

36 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

52 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago