ଦୁଇ ଦିନ ପରେ ପୁଣି ଥରେ ରାଜ୍ୟରେ ଫେରିଛି ଶୀତ, ୨ ରୁ ୪ଦିନ ଭିତରେ ରାତିର ତାପମାତ୍ରା ଖସିବ

କେନ୍ୟୁଜ୍(ବ୍ୟୁରୋ): ଫେରିଛି ଶୀତ । ଦୁଇ ଦିନ ପରେ ପୁଣି ଥରେ ରାଜ୍ୟରେ ଶୀତ ଅନୁଭୂତ ହୋଇଛି । ଆସନ୍ତା ୨ ରୁ ୪ଦିନ ଭିତରେ ରାତିର ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ତଳକୁ ଖସିବ । ଫଳରେ କାଲିଠାରୁ ଅଧିକ ହେବ ଜାଡ଼ । ଆଜି ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ହାଲୁକା କୁହୁଡ଼ି ଦେଖିବାକୁ ମିଳିଛି ।

ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଘନ ଧରଣର କୁହୁଡ଼ି ପଡୁଛି । କୁହୁଡି ଯୋଗୁ ଯାତାୟତର ସମସ୍ୟା ହେଉଛି । ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧.୫ ଡିଗ୍ରୀ ସେଲସିୟସ ଓ କେନ୍ଦୁଝରରେ ରେକର୍ଡର୍ହୋଇଛି ୧୩.୮ ଡିଗ୍ରି ସେଲସିୟସ୍‌ ତାପମାତ୍ରା । ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଥଣ୍ଡା ପଡ଼ିବ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.