ଦାମଙ୍କ ବିରୋଧରେ ଅଙ୍ଗନବାଡି କର୍ମୀଙ୍କ ନାରାବାଜି

ନିଆଳି (କେନ୍ଯୁଜ୍) : ମୟୁରଭଂଜ ପରେ ନିଆଳି । ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ଏଥର ଅଙ୍ଗନବାଡି କର୍ମୀ ଦାମଙ୍କୁ ବିରୋଧ କରିଛନ୍ତି । ଅଙ୍ଗନବାଡି ମହିଳାଙ୍କ ସମ୍ପର୍କରେ ପୂର୍ବରୁ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ଅଡୁଆରେ ପଡିଛନ୍ତି ଦାମ । ନିଆଳି ଓ କଣ୍ଟାପଡା ଅଂଚଳର ବହୁ ସଂଖ୍ୟାର ଅଙ୍ଗନବାଡି କର୍ମୀ ଦାମଙ୍କୁ ବିରୋଧ କରିଛନ୍ତି । ପ୍ଲାକାର୍ଡ ଧରି ଦାମବାବୁଙ୍କୁ ବିରୋଧରେ ନାରାବାଜି କରିଛନ୍ତି ଅଙ୍ଗନବାଡ଼ି କର୍ମୀ ।
ପୂର୍ବରୁ ଦେଇଥିବା ମନ୍ତବ୍ୟ ପାଇଁ ଦାମୋଦାର ରାଉତ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ନିଆଳି ପୂର୍ବରୁ ମୟୂରଭଂଜରେ ବିରୋଧର ସାମ୍ନା କରିଥିଲେ ଦାମ । ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡାଙ୍କ ବିଜୁଳି ବକେୟାକୁ ନେଇ ଲୋକେ ଦାମଙ୍କୁ ପ୍ରଶ୍ନ କରିଥିଲେ। ଗୋଟିଏ ପରେ ଗୋଟିଏ ସଭାରେ ବିରୋଧର ସମ୍ମୁଖୀନ ହେଉଛନ୍ତି ଦାମ ।