ବିନା ଥଇଥାନରେ ଆଦିବାସୀଙ୍କ ଘର ଭାଙ୍ଗିବାର ଆକ୍ରୋଶ: ତହସିଲଦାରଙ୍କୁ ଦୁଇ କିଲୋମିଟର ଚଲାଇଲେ

ରେଢାଖୋଲ(କେନ୍ୟୁଜ୍):ବିନା ଥଇଥାନରେ ଆଦିବାସୀ ଲୋକଙ୍କ ଘର ଭାଙ୍ଗିବା ଅଭିଯୋଗରେ ତହସିଲଦାରଙ୍କୁ ଦୁଇ କିଲୋମିଟର ଚଲାଇଲା ଆଦିବାସୀ ମହାସଂଘ । ଏଭଳି ଘଟଣା ଦେଖିବାକୁ ମିଳିଛି ରେଢାଖୋଲ ନାକଟିଦେଉଳ ତହସିଲ ଡଇଁଚା ତଣ୍ଡାବିରା ଗାଁରେ । ସୂଚନା ମୁତାବକ ଜଣେ ଆଦିବାସୀ ପରିବାର ବେଆଇନ୍‌ ଭାବେ ସରକାରୀ ଜମିରେ ଦୀର୍ଘ ବର୍ଷ ହେବ ଘର କରି ରହିଆସୁଥିଲେ । କିନ୍ତୁ ଗତ ଶୁକ୍ରବାର ଦିନ ବିନା ନୋଟିସରେ ତାଙ୍କ ଘରକୁ ତହସିଲଦାର ଭାଙ୍ଗିଦେଇଥିଲେ ।

ଏହାର ପ୍ରତିବାଦରେ ଆଜି ଆଦିବାସୀ ପରିବାର ଏବଂ ଆଦିବାସୀ ମହାସଂଘ ଡଇଁଚା ସ୍ଥିତ ଆରଆଇ ଅଫିସକୁ ଘେରାଉ କରିଥିଲେ।  ସମାଧାନ ପାଇଁ ନାକଟିଦେଉଳ ତହସିଲଦାର ଓ ପୋଲିସ ବୁଝାସୁଝା କରିଥିଲେ । କିନ୍ତୁ ଆଦିବାସୀମାନେ ବୁଝି ନଥିଲେ । ଆଉ ଆଦିବାସୀ ମହାସଂଘର ସଦସ୍ୟ, ତହସିଲଦାରଙ୍କୁ ଘର ଭାଙ୍ଗିଥିବା ସ୍ଥାନକୁ ଚାଲିଚାଲି ଯିବାକୁ କହିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.