ପୁଣି ଅଜଣା ଜନ୍ତୁ ଆକ୍ରମଣରେ ଗଲା ୩୫ ମେଣ୍ଢାଙ୍କ ପ୍ରାଣ, ମାଲିକ ଏବେ ଚିନ୍ତାରେ
ମାତ୍ର ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଆକ୍ରମଣ କରିବାରୁ ୩୧ଟି ବଡ ମେଣ୍ଢା ଓ ୪ଟି ଛୋଟ ମେଣ୍ଢାଙ୍କ ବେକ ଓ ପେଟରେ ଆକ୍ରମଣ କରି ମାରିଦେଇଛି ଅଜଣା ଜନ୍ତୁ।ମେଣ୍ଢା ମାଲିକ ଏବେ ଚିନ୍ତାରେ ।

ମହାକାଳପଡ଼ା(କେନ୍ୟୁଜ୍): ୩୫ ମେଣ୍ଢା ମାରିଲା ଅଜଣା ଜନ୍ତୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଯଦୁପୁର ପଞ୍ଚାୟତ କଳାଗଡ଼ ଗାଁରେ ଅଜଣା ଜନ୍ତୁ ଆତଙ୍କ । କଳାଗଡ ଗାଁର ମହନି ଦାସଙ୍କ ଗୁହାଳରେ ବିଳମ୍ବିତ ରାତିରେ ୩୦ରୁ ଉର୍ଦ୍ଧ୍ଵ ମେଣ୍ଢା ଅଜଣା ଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି । ମାତ୍ର ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଆକ୍ରମଣ କରିବାରୁ ୩୧ଟି ବଡ ମେଣ୍ଢା ଓ ୪ଟି ଛୋଟ ମେଣ୍ଢାଙ୍କ ବେକ ଓ ପେଟରେ ଆକ୍ରମଣ କରି ମାରିଦେଇଛି ଅଜଣା ଜନ୍ତୁ।ମେଣ୍ଢା ମାଲିକ ଏବେ ଚିନ୍ତାରେ । ଖବରପାଇ ମହାକାଳପଡା ପଶୁ ଚିକିତ୍ସକ ଅଧିକାରୀମାନେ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିଥିବା ଜଣାପଡିଛି।.