କଟକରୁ ଥମୁନି ନକଲି ଔଷଧ କାରବାର, ପୁଣି ଜବତ ହେଲା ଟେଲ୍‌ମା ୪୦ ମେଡିସିନ୍

କଟକ(କେନ୍ୟୁଜ୍): କଟକରୁ ଥମୁନି ନକଲି ଔଷଧ କାରବାର। ପୁଣି ଜବତ ହେଲା ରକ୍ତଚାପ ପାଇଁ ବ୍ୟବହୃତ ଟେଲ୍‌ମା ୪୦। ଏହାର ୧୩ଶହ ୫୦ଷ୍ଟ୍ରିପକୁ ଏକ ଟ୍ରାନ୍‌ସପୋର୍ଟ ଏଜେନ୍‌ସୀରୁ ଜବତ କରାଯାଇଛି। କୋଲକାତାରୁ କଟକର ମାଣିକ ଘୋଷ ବଜାରରେ ଥିବା ଭିଆର ଏଜେନ୍‌ସିକୁ ଆସୁଥିଲା ନକଲି ଔଷଧ। ନକଲି ଔଷଧ ନେଇ ସୂଚନା ମିଳିବା ପରେ ପୁରୀଘାଟ ଥାନା ପୋଲିସ ଓ କଟକ ଜୋନ-୧ର ସହକାରୀ ଡ୍ରଗ କଣ୍ଟ୍ରୋଲର ଟ୍ରାନ୍‌ସପୋର୍ଟ ଏଜେନ୍‌ସୀରେ ପହଞ୍ଚି ଏହାର ମାନର ପରୀକ୍ଷା କରିଥିଲେ।

ଏହା ନକଲି ବୋଲି ଜଣାପଡ଼ିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର। ପୂର୍ବରୁ କଟକରେ ନକଲି ଔଷଧ କାରବାର ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲସ। ଭିଆର ଏଜେନ୍‌ସୀର ରାହୁଲ କୁମାର କୟାଲ ଓ ପୂଜା ଏଣ୍ଟରପ୍ରାଇଜର୍ସର ସଞ୍ଜୟ କୁମାର ଜଲାନଙ୍କୁ ଗିରଫ କରିିଥିଲା ପୁରୀଘାଟ ଥାନା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.