ନବରଙ୍ଗପୁର ରାଇଘର ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର, ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନୀ

ନବରଙ୍ଗପୁର(କେନ୍ୟୁଜ୍): ମାଓ ପୋଷ୍ଟର ଜବତ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର ଓ ବ୍ୟାନର । ରାଇଘର ବ୍ଳକର ଯୋଡିଙ୍ଗା ଓ ହାତୀ ଗାଁ ରାସ୍ତା କଡରେ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିବ ସହ ସରକାରୀ ନୀତି ନିୟମକୁ ବିରୋଧ ପାଇଁ ଚେତାବନୀ ଦେଇଛନ୍ତି ।

mao postwer2

ଓଡ଼ିଶା-ଛତିଶଗଡ ସୀମାନ୍ତରେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି ଲାଲ ବାହୀନି । ଜଙ୍ଗଲ କାଟିବାକୁ ବିରୋଧ କରିବା ସହ ନବ ନିର୍ବାଚିତ ସରପଞ୍ଚ ସରପଞ୍ଚ, ଓ୍ଵାର୍ଡ ମେମ୍ବର ଓ ଗ୍ରାମବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ପୋଷ୍ଟର ଜବତ କରିବା ସହ ଆଖପାଖ ଅଞ୍ଚଳରେ ଛାନଭିନ୍‌ ଜାରୀ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.