ରାଜଧାନୀରେ ପୁଣି ଲଜ୍ଜା: କିଡ୍‌ନାପ ସିନ୍‌ରେ ଅଭିନୟ କରାଇବାକୁ ଡାକିନେଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ବର(କେନ୍ୟୁଜ୍):କିଡ୍‌ନାପ ସିନ୍‌ରେ ଅଭିନୟ କରାଇବାକୁ ଡାକିନେଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏନେଇ ନାବାଳିକା ଜଣକ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ସକାଳେ ବିଷ୍ଣୁ ନାମକ ବ୍ୟକ୍ତି ବରମୁଣ୍ଡା ଅଞ୍ଚଳର ଭରତପୁରର ଏକ ମନ୍ଦିରକୁ ସୁଟିଂ କରିବାକୁ ନାବାଳିବାକୁ ନେଇଥିଲେ। କିଡନାପ ସିନରେ ଅଭିନୟ କହି ନାବାଳିକାର ଗୋଡ଼ ହାତ ବାନ୍ଧି ଦେଇଥିଲା ବିଷ୍ଣୁ।

ନାବାଳିକା ଏହାକୁ ବିରୋଧ କରିବାରୁ ତାକୁ ମାଡ଼ ମାରିବା ସହ ହିରୋ ଭୂମିକାରେ ଅଭିନୟ କରୁଥିବା ଯୁବକ ସୁରଜ ରାତି ତମାମ ତାଙ୍କୁ ୭ଥର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଏହାସହ ନାବାଳିକା ଜଣକର ଅଶ୍ଳୀଳ ଭିଡ଼ିଓ ସୁଟିଂ କରି କାହାକୁ ଏନେଇ ଜଣାଇଲେ ଭିଡ଼ିଓ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିବା ନାବାଳିକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।