ସହିଦନଗର ଥାନାରେ ପଶି ପୋଲିସକୁ ଆକ୍ରମଣ ଘଟଣା : ୨ ଗିରଫ

ଭୁବନେଶ୍ୱର : ସହିଦନଗର ଥାନାରେ ପଶି ପୋଲିସକୁ ଆକ୍ରମଣ ଘଟଣାରେ ୨ଜଣ ଗିରଫ ହୋଇଛନ୍ତି। ଏହି ଘଟଣାରେ ଆଉ ୬ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଗତ ରବିବାର ରାତିରେ ଭୁବନେଶ୍ୱର ସହିଦନଗର ଥାନା ଭିତରେ ଲଙ୍କାକାଣ୍ଡ ଘଟିଥିଲା। କିଛି ଦୁର୍ବୃତ୍ତ ପୋଲିସକୁ ପିଟିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ତାପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ। ଏନେଇ ଥାନାରେ ମାମଲା ରୁଜୁ ହେବା ସହ ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ପୋଲିସ । ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଗାଡି ଦୁର୍ଘଟଣାକୁ ନେଇ ଭିଏସ୍‌ଏସ୍‌ ନଗରର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଏହି ଘଟଣା ଘଟିଥିଲାା। .