ଅଗ୍ନି-୪ ପରୀକ୍ଷଣ : ଭଦ୍ରକ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଉତକ୍ଷେପଣ

ଭଦ୍ରକ (କେନ୍ୟୁଜ୍) : ଅଗ୍ନି-୪ କ୍ଷେପଣାସ୍ତ୍ରର ପରୀକ୍ଷଣ । ଭଦ୍ରକ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଉତ୍କ୍ଷେପଣ କରାଯାଇଛି । ସକାଳ ୮ଟା ୩୦ରେ ଉତକ୍ଷେପଣ କରାଯାଇଛି । ୧୭ ଟନ୍ ବିଶିଷ୍ଟ ଏହି ବାଲାଷ୍ଟିକ୍ ମିଜାଇଲର ଲମ୍ବ ୨୦ ମିଟର, ମୋଟେଇ ୨ ମିଟର ରହିଛି । ଏହା ୨ ଥାକିଆ ଇଞ୍ଜିନ୍ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ପରିଚାଳିତ ହୋଇଥାଏ । ଏହା ୩ ହଜାରରୁ ୪ ହଜାର କିଲୋମିଟର ପର‌୍ୟ୍ୟନ୍ତ ଲକ୍ଷ ଭେଦ କ୍ଷମତା ରହିଥିବା ବେଳେ ପାକିସ୍ତାନ ଓ ଚୀନ୍କୁ କଡ଼ା ଟକ୍କର ଦେବ ।

Agni_IV

ଭାରତୀୟ ପ୍ରତିରକ୍ଷା ବାହିନୀ ଓ ପ୍ରତିରକ୍ଷା ଗବେଷଣା ସଂସ୍ଥା ମିଳିତ ସହଯୋଗରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି କ୍ଷେପଣାସ୍ତ୍ର ବର୍ତ୍ତମାନ ସୁଦ୍ଧା ୫ ଥର ପରୀକ୍ଷା କରାଯାଇଛି । ଶେଷ ଥର ପାଇଁ ୨୦୧୫ ନଭେମ୍ବର ୧୦ରେ ପରୀକ୍ଷା କରାଯାଇଥିଲା । ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଫଳ ହୋଇଥିଲା ।

You might also like