ଭଦ୍ରକ(କେନ୍ୟୁଜ୍): ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସୃଷ୍ଟି କରିବ ଆଉ ଏକ ମାଇଲଖୁଣ୍ଟ। ଆଜି ଅଗ୍ନି-୫ ମିଜାଇଲ କ୍ଷେପଣାସ୍ତ୍ରର ପରୀକ୍ଷଣ। ଭଦ୍ରକ ଧାମରାସ୍ଥିତ ୪ନଂ ଲଞ୍ଚ ପ୍ୟାଡରୁ ଅପହରାଣ୍ରେ ପରୀକ୍ଷଣ ହେବାର ସମ୍ଭାବନା ରହିଛି। ଏହି ମିଜାଇଲ ୫ହଜାର କିଲୋମିଟରରୁ ୮ହଜାର କିଲୋମିଟର ପର୍ୟ୍ୟନ୍ତ ଗତି କରିପାରେ। ଏହାର ଓଜନ ୫୦ଟନ୍, ଲମ୍ବ ୧୭ ମିଟର ଓ ଗୋଲେଇ ୨ ମିଟର ରହିଛି। ୨୦୧୨ରେ ଅଗ୍ନି-୫ର ପ୍ରଥମ ପରୀକ୍ଷଣ କରାଯାଇଥିଲା। ମିସାଇଲ୍ ପରୀକ୍ଷଣ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।