ଶ୍ରୀଲୋକନାଥ ମନ୍ଦିରରୁ ଆସିଲା ଆଜ୍ଞାମାଳ, ବେହରଣ ଦ୍ବାର ଦେଇ ରତ୍ନଭଣ୍ଡାରକୁ ପ୍ରବେଶ କରିବେ ତଦାରଖ କମିଟି ସଦସ୍ୟ

ପୁରୀ : ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀଲୋକନାଥ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଲା ଆଜ୍ଞାମାଳ । ରତ୍ନଭଣ୍ଡାରର ରକ୍ଷକ ହେଉଛନ୍ତି ମହାପ୍ରଭୁ ଲୋକନାଥଙ୍କ ପାଖରେ ପୂଜାର୍ଚ୍ଚନା କରାଯିବା ପରେ ସେବାୟତମାନେ ଆଜ୍ଞାମାଳ ଆଣିଛନ୍ତି। ରତ୍ନଭଣ୍ଡାର ଖୋଲିବା ପାଇଁ ତିନିଟି ପର୍ଯ୍ୟାୟ ଏସ୍ ଓପି ତିଆରି ହୋଇଛି। ରତ୍ନଭଣ୍ଡାର ଖୋଲିବା, ରତ୍ନଭଣ୍ଡାରରୁ ଅସ୍ଥାୟୀ ଭଣ୍ଡାରକୁ ଅଳଙ୍କାର ସ୍ଥାନନ୍ତରଣ ଏବଂ ଗଣତି ମଣତି ପାଇଁ ଏସଓପି ତିଆରି ହୋଇଛି। ରତ୍ନଭଣ୍ଡାର ଭିତରକୁ ଯେଉଁମାନେ ପ୍ରବେଶ କରିବେ ସେମାନେ ବେହରଣ ଦ୍ବାର ଦେଇ ଯିବେ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

ଏହା ମଧ୍ୟ କହିଛନ୍ତି ରତ୍ନଭଣ୍ଡାର ଖୋଲିବା ଓ ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର କାର୍ଯ୍ୟ ସମ୍ପାଦିତ ହେବ। ରତ୍ନଭଣ୍ଡାର ଖୋଲାଯିବ ସମୟରେ ଶ୍ରୀମନ୍ଦିରର ସିଂହ ଦ୍ବାର ଛାଡି ବାକି ତିନିଟି ଦ୍ବାରା ବନ୍ଦ ରହିବ। କେବଳ ଯେଉଁମାନେ ଅଧୀକୃତ ସେମାନେ ହିଁ ପ୍ରବେଶ କରିପାରିବେ। ରତ୍ନଭଣ୍ଡାର ଭିତରକୁ ଯେଉଁମାନେ ପ୍ରବେଶ କରିବେ ସେମାନେ ବେହରଣ ଦ୍ବାର ଦେଇ ଯିବେ। ଚାବିରେ ଖୋଲିବାକୁ ଉଦ୍ୟମ କରାଯିବ ଯଦି ନଖୋଲେ ତାହାହେଲେ ତାଲା ଭାଙ୍ଗି ରତ୍ନ ଭଣ୍ଡାର ଅଳଙ୍କାର ଆକଳନ କରାଯିବ। ଜଷ୍ଟିସ୍ ବିଶ୍ବନାଥ ରଥ ଓ ସିବିକେ ମହାନ୍ତି ଭିତରକୁ ଯିବେ। ଦେଉଳ କରଣ, ତଢ଼ଉକରଣ, ଗଜପତିଙ୍କ ପ୍ରତିନିଧି ଓ ଏଏସ୍ ଆଇ ପ୍ରତିନିଧି ମଧ୍ୟ ଭିତରକୁ ପ୍ରବେଶ କରିବେ। ସ୍କେକ ହେଲପଲାଇନ୍ ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ୧୦ ରୁ ଉର୍ଦ୍ଧ୍ବ ବିଶେଷଜ୍ଞ ଦଳ ରତ୍ନଭଣ୍ଡାରର ସଫାଈ ଓ ସଂରକ୍ଷଣ କାମ ପାଇଁ ପ୍ରସ୍ତୁତ ଅଛନ୍ତି। ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ଏସଓପିର ଅନୁପାଳନ କରାଯାଇ ରତ୍ନଭଣ୍ଡାର ଖୋଲାଯିବ  ।