ଏଣିକି ଘରେ ରହିବେ ଚାଷ କରିବେ ଯୁବଗୋଷ୍ଠୀ: କୃଷି ମନ୍ତ୍ରୀ

କେ ନ୍ୟୁଜ (୦୩/୦୫): ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜ୍ୟସ୍ତରୀୟ କୃଷି ଦିବସ । ଓଡ଼ିଶା ରାଜ୍ୟ କୃଷି ଯନ୍ତ୍ରପାତି ତାଲିମ ଓ ପରୀକ୍ଷଣ କେନ୍ଦ୍ରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପାଳନ କରାଯାଉଛି। କୃଷି ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭୂମି ପୂଜା କରିବା ସହ ଅକ୍ଷିମୁଠି ଅନୁକୂଳ କରିଥିଲେ।

କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଊଥିବା ଯୋଜନା ଗୁଡ଼ିକର ସୁଫଳ, କିପରି କୃଷକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ସରକାର ନିରନ୍ତର ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଓ ବାଲିଅନ୍ତା ବ୍ଲକରୁ ପ୍ରାୟ ୧୦୦ଜଣ କୃଷକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.