ଏଣିକି ଚାଷୀଙ୍କୁ ବିନା ସୁଧରେ ଲକ୍ଷେ ଟଙ୍କା ଋଣ, କୃଷକମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବାକୁ ଐତିହାସିକ ନିଷ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ): ବିନା ସୁଧରେ ଲକ୍ଷେ ଟଙ୍କା ଯାଏ ମିଳିବ କୃଷି ଋଣ । କୃଷକମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଖରିଫ ଓ ରବି ଋତୁ ନିମନ୍ତେ ଚାଷୀମାନଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଥିଲା । ଏବେ ଏହାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ବିଧାନସଭାରେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ସୁଧ ନିଆଯାଉ ନ ଥିଲା। ଏହା ସହ ମନ୍ତ୍ରୀ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

ସେହିପରି ଏଟିଏମରୁ ବାହାରିବ ଚାଉଳ । ଏଣିକି ଏଟିଏମରୁ ଟଙ୍କା ବାହାରିବା ଭଳି ଖାଦ୍ୟଶସ୍ୟ ମିଳିବ । ଏଥିପାଇଁ ରାଜ୍ୟ ସରକାର ଅଲ ଟାଇମ ଗ୍ରେନ ବ୍ୟବସ୍ଥା କରୁଛନ୍ତି । ୨୪ ଘଣ୍ଟା ମିଳିବ ରାସନ । ପାଇଲଟ ପ୍ରକଳ୍ପ ଭାବେ ଭୁବନେଶ୍ୱରରୁ ଆରମ୍ଭ ହେବ । ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।