କୃଷି ନୀତିରେ ସଂଶୋଧନ କରିବେ ରାଜ୍ୟ ସରକାର, ମୁଖ୍ୟ ଶାସନ ସଚ୍ଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର(କେନ୍ୟୁଜ୍) : କୃଷି ନୀତିରେ ସଂଶୋଧନ କରିବେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚିଠା ତାଲିକା ବି ପ୍ରସ୍ତୁତ ହୋଇଛି । କୃଷି ସଂପର୍କୀତ ସମସ୍ତ ବିଭାଗକୁ ରିପୋର୍ଟ ଦେବା ପାଇଁ କୁହାଯାଇଛି । ଚାଷୀଙ୍କ ଆୟ ବୃଦ୍ଧି କରିବା ଏଥର ଫୋକସରେ ରହିଛି । ୨୦୧୩ ମସିହାରେ କୃଷିନୀତି ପ୍ରସ୍ତୁତ ହୋଇଥିଲା । ଏ ନେଇ ବୈଠକ ପରେ କୃଷି ସଚିବ ସୌରଭ ଗର୍ଗଙ୍କ ସୂଚନା ଦେଇଛନ୍ତି ।