ରଥଯାତ୍ରା ବେଳେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିଆଯିବ AI ସହାୟତା, କଣ୍ଟ୍ରୋଲ ରୁମ୍ କୁ ଫିଡ୍ ଦେବ ଡ୍ରୋନ୍

ପୁରୀ : ଦିନକ ପରେ ବିଶ୍ବ ପ୍ରିସଦ୍ଧ ଘୋଷଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି । ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ଆସନ୍ତା ୬ ତାରିଖ ମଧ୍ୟ ରାତ୍ରରୁ ଟ୍ରାଫିକ କଟକଣା ଲାଗୁ ହେବ। ଏବର୍ଷ ରଥଯାତ୍ରାରେ ଟ୍ରାଫିକ ବ୍ୟବସ୍ଥା ସୁପରିଚାଳନା ପାଇଁ artificial intelligence based ବା ଏଆଇ ସହ ଅତ୍ୟାଧୂନିକ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି । ଭିଡ଼ ଉପରେ ନଜର ରଖିବାକୁ ବଡ଼ଦାଣ୍ଡରେ ଉଡ଼ିବ ବହୁ ଡ୍ରୋନ୍ । କଣ୍ଟ୍ରୋଲ ରୁମ୍ କୁ ଫିଡ୍ ଦେବ ଡ୍ରୋନ୍ । ହ୍ବାଟ୍ସଆପ୍ ଜରିଆରେ ଯାତ୍ରୀଙ୍କୁ ସହାୟତା ମିଳିବ । ଏନେଇ ସୂଚନା ଦେଇଛନ୍ତି ଟ୍ରାଫିକ ADG ଦୟାଲ ଗଙ୍ଗୱାର।

ଏହା ମଧ୍ୟ କହିଛନ୍ତି ଯେ ଏଥର ପ୍ରଥମ ଥର ପାଇଁ ରଥଯାତ୍ରାକୁ ଆସୁଥିବା ଯାନବାହାନ ଗଣତି ହେବ। ବସ ,କାର ,ବାଇକ ଓ ଅଟୋର ଗଣତି ହେବ। ଅତ୍ୟାଧୂନିକ ସିସିଟିଭି କ୍ୟାମେରାକୁ artificial intelligence based ସଂଯୁକ୍ତ କରାଯିବ। ଆନ୍ତଃ ଓ ବାହ୍ୟ ଟ୍ରାଫିକ ସହ ପୁରୀ – ବ୍ରହ୍ମଗିରି, ପୁରୀ – ଭୁବନେଶ୍ୱର ଏବଂ ପୁରୀ – କୋଣାର୍କ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ହେବ। ବିଭିନ୍ନ ସ୍ଥାନରେ ବ୍ଲାକ ସ୍ପଟ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ବ୍ଲାକ ସ୍ପଟରେ ଡ୍ରୋନର ସହାୟତା ନିଆଯିବ। ଏଥର ପ୍ରଥମ ଥର ପାଇଁ ଓଡିଶା ପୋଲିସ ଟ୍ରାଫିକ ସୁପରିଚାଳନା ପାଇଁ ଅତ୍ୟାଧ୍ୱନିକ ଜ୍ଞାନ କୌଶଳର ସହାୟତା ନେଇଛି ବୋଲି ଟ୍ରାଫିକ ADG କହିଛନ୍ତି ।

ସେହିପରି ଏକ whtsaap chat pot କରାଯାଇଛି। ଏଥିରେ ଏକ ସ୍କାନର ରହିଛି । ଏହି qr scanner code ମାଧ୍ୟମରେ ଜଣେ ବ୍ୟକ୍ତି ସହଜରେ ଟ୍ରାଫିକ ବ୍ୟବସ୍ଥା ସମ୍ପର୍କରେ ଜାଣିପାରିବ। ସମୁଦାୟ ରଥଯାତ୍ରାରେ ଟ୍ରାଫିକ ସୁପରିଚାଳନା ପାଇଁ ୫୦ ପ୍ଲାଟୁନ ଫୋର୍ସ ଓ ୪୫୦ ଅଧିକାରୀ ନିୟୋଜିତ ହୋଇଛନ୍ତି। ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ମାଳତୀପାଟପୁର ଠାରେ ୩ ଲେନ ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ଏପରିକି ରଥଯାତ୍ରା ସମୟରେ ୧୦୦- ୧୫୦ ଟି ଟୁରିଷ୍ଟ ବସ ,୪୦୦- ୫୦୦ ରେଗୁଲାର ବସ ଓ ରାଜ୍ୟର ବିଭିନ୍ନ ବ୍ଲକରୁ ୧୯୦ଟି ବସ ଆସିବ। ସହର ଭିତରେ ଓ ବିଭିନ୍ନ ସ୍ଥାନରେ ୩୬-୪୦ ଟି କ୍ରିଟିକାଲ ସ୍ଥାନ ଚିହ୍ନଟ ହୋଇଛି। ପୁରୀ – ବ୍ରହ୍ମଗିରି, ପୁରୀ – ଭୁବନେଶ୍ୱର ଏବଂ ପୁରୀ – କୋଣାର୍କ ପଟୁ ଆସୁଥିବା ବସ ଓ ଦୁଇ ଚକିଆ ଗାଡି ଗୁଡିକ ପାର୍କିଂ ପାଇଁ ସ୍ୱତନ୍ତ୍ର ପାର୍କିଂ ସ୍ଥାନ କରାଯାଇଛି। ରଥଯାତ୍ରା ଠାରୁ ସୁନାବେଶ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା ଆଦୌ କୋହଳ କରାଯିବ ନାହିଁ ବୋଲି ଟ୍ରାଫିକ ADG ଦୟାଲ ଗଙ୍ଗୱାର ସୂଚନା ଦେଇଛନ୍ତି ।

ସେପଟେ ରଥଟଣାର ପାଇଁ ମକଡ୍ରିଲ କରିଛି ପୋଲିସ । ଏଡିଜି ନିଜେ ଏହି ମକଡ୍ରିଲର ସମୀକ୍ଷା କରିଛନ୍ତି । ଏହା ସହ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିଛନ୍ତି । ରଥଯାତ୍ରା ଭଳି ଅବିକଳ ରଥଟଣାର ଡେମୋ କରାଯାଇଛି । ତିନୋଟି ପୁଲିସ ଜିପକୁ ତିନୋଟି ରଥ ଭାବେ ପ୍ରତିକାତ୍ମକ ଭାବେ ନିଆଯାଇ କର୍ଡନ ମଧ୍ୟରେ କରାଯାଇଥିଲା ମକ ଡ୍ରିଲ୍ । ଭିଡ ଭିତରେ ରଥ ଗୁଡିକ କିଭଳି ଟଣାଯିବ, ଇନର ଓ ଆଉଟଡୋର କର୍ଡନ କିଭଳି ରହିବ ଓ ମାଜିଷ୍ଟ୍ରେଟଙ୍କ ଦ୍ବାରା ରଥ କିଭଳି ନିୟନ୍ତ୍ରଣ କରାଯିବ ତାହାର ଅଭ୍ୟାସ ଓ ପ୍ରଶିକ୍ଷଣ କରାଯାଇଛି ।