ଏଥର ରଥଯାତ୍ରାକୁ ଜଗିବ AI କ୍ୟାମେରା, ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଜଗିବ ଏଆଇ କ୍ୟାମେରା । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ଏସପି । ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ବଡ଼ଦାଣ୍ଡରେ ଲାଗିବ ଏଆଇ କ୍ୟାମେରା । ଏନଏଚ୍ ଓ ବଡ଼ଦାଣ୍ଡରେ କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି ।
ଏଥର ରଥଯାତ୍ରାକୁ ଜଗିବ AI କ୍ୟାମେରା । ବଡ଼ଦାଣ୍ଡରେ ଟ୍ରାଫିକ୍ କଣ୍ଟ୍ରୋଲ ସହ ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସ୍ତ୍ର ସାଜିବ AI କ୍ୟାମେରା । ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ହେବ ସହଜ । ଲୋକଙ୍କୁ ମିଳିବ ହାଇ ସିକ୍ୟୁରିଟି । କଣ୍ଟ୍ରୋଲ ରୁମ୍ରୁ ଚାରିଦିଗରେ ରଖି ଦେବ କଡ଼ା ନଜର ।
ସହରର ପ୍ରମୁଖ ସ୍ଥାନ, ସାହି ଗଳି ଓ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକୁ ଗୁରୁତ୍ତ୍ୱ ଦିଆଯିବ । ସେଥିପାଇଁ ପୁରୀ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।
Also read: ଆଜି ରଥଯାତ୍ରା ପାଇଁ ରଥକାଠ ହେବ ଅନୁକୂଳ, ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଦର୍ଶନ କରୁଛନ୍ତି ଭକ୍ତ