ଏଣିକି ପାଣିପାଗ ବାବଦରେ ପୂର୍ବାନୁମାନ କରିବ AI, ସୂଚନା ଦେଲା ଆଇଏମ୍‌ଡି

ଭୁବନେଶ୍ୱର : ଏଣିକି ପାଣିପାଗ ବାବଦରେ ପୂର୍ବାନୁମାନ କରିବ AI । ସୂଚନା ଦେଲେ ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବ । ଏବେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ବାୟୁ ସକ୍ରିୟ ଅଛି ।

ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରିସ୍ଥିତି ସୁହାଇଲେ ଏହା ପ୍ରଭାବରେ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହୋଇପାରେ। ଏମିତି ହେଲେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ପାଗ ଅନୁକୂଳ ରହିଛି। ଶେଷ ରଜ ଅର୍ଥାତ ୧୬ ତାରିଖରୁ ବର୍ଷାର ପ୍ରଭାବ ବଢ଼ିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି।

 

 

ଆହୁରି ପଢ଼ନ୍ତୁ:  ୧୫ତମ ଜନ୍ମଦିନରେ ୧୦୦ ଫୁଟ୍ ଗଭୀରତାକୁ ଡାଇଭ୍ କଲେ ସର୍ବକନିଷ୍ଠ ଓଡ଼ିଆ ଝିଅ ତିସ୍ୟା ପାଣିଗ୍ରାହୀ