ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ସ୍ୱର୍ଣ୍ଣିମ ସଫଳତା

ଭୁବନେଶ୍ବର(କେନ୍ୟୁଜ୍) : ଏମ୍ସର ଡ଼ାକ୍ତରୀ ଛାତ୍ରୀ ଏକାଥରକେ ୧୧ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୧୧ଟି ବିଷୟରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରି ସମ୍ମାନିତ ହୋଇଛନ୍ତି ଏମ୍ସ ଡାକ୍ତରୀ ଛାତ୍ରୀ ଅନଘା ମେନନ୍‌ । ପ୍ରଥମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ମିଳିଛି ୧୧ଟି ସ୍ୱର୍ଣ୍ଣ ପଦକ ।

ଆନୋଟୋମି, ମାଇକ୍ରୋବାଇଲୋଜି,ପାଥୋଲୋଜି, ଫୋରେନସିକ ମେଡିସିନ ଓ ଟେକ୍ସୋଲୋଜି, ଜେନେରାଲ୍‌ ମେଡ଼ିସିନ୍‌, ଜେନେରାଲ୍‌ ସର୍ଜରୀ, କମ୍ୟୁନିଟି ଓ ଫ୍ୟାମିଲି ମେଡ଼ିସିନ୍‌, ପେଡ଼ିଆଟ୍ରିକ୍‌ ଭଳି ବିଷୟରେ ଅନଘାଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ । ସେ ଏବେ ଦିଲ୍ଲୀ ଏମ୍‌ସରେ ପିଜି ପଢୁଛନ୍ତି । ଗ୍ରାମାଞ୍ଚଳ ଲୋକଙ୍କୁ କିଭଳି ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ, ସେନେଇ କାମ କରିବେ ବୋଲି କହିଛନ୍ତି ଅନଘା ।