ରାଜ୍ୟ

କିଟ୍‌ ନହ୍ନିପରୀ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଆଏନା, ପାଇଲେ ୩ ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର

ଭୁବନେଶ୍ୱର (କେନ୍ୟୁଜ): କିଟ୍‌ ନହ୍ନିପରୀ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଆଏନା । ଭୁବନେଶ୍ୱରର ଝିଅ ଆଏନା ରାଉତରାୟ କିଟ୍‌ ନହ୍ନିପରୀ ଲିଟିଲ ମିସ୍‌ ଇଣ୍ଡିଆ ୨୦୨୨ ଟାଇଟଲ ହାସଲ କରିଛନ୍ତି । କିଟ୍‌ ପକ୍ଷରୁ ଆୟୋଜିତ କିଟ୍‌ ନହ୍ନିପରୀ ଲିଟିଲ ମିସ୍‌ ଇଣ୍ଡିଆ ୨୦୨୨ ଫାଇନାଲ ରାଉଣ୍ଡ ଗତକାଲି ଶେଷ ହୋଇଛି । ଫାଇନାଲ ରାଉଣ୍ଡରେ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଆଏନା ନହ୍ନିପରୀ ମୁକୁଟ ସହ ୩ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି ।

ସେମିଫାଇନାଲକୁ ୨୬ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ । ମେଘାଳୟର ରାଇସା ସେହେନାଓ୍ଵାଜ୍‌ ପ୍ରଥମ ରନର ହୋଇଛନ୍ତି । ସେହିଭଳି ଗୋଆର ସାଚି ରାଜେଶ ସାଓ୍ଵନ୍ତ ଦ୍ୱିତୀୟ ରନର ଅପ୍‌ ହୋଇଛନ୍ତି । ଏହି ଦୁଇ ରନର ଅପ୍‌ଙ୍କୁ ଯଥାକ୍ରମେ ୧ ଲକ୍ଷ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପରସ୍କାର ପ୍ରଦାନ କରାଯାଇଛି ।

ଏହି ପ୍ରତିଯୋଗିତାରେ ମିସ୍‌ ରାପୁଞ୍ଜେଲ ପାଇଁ ଆଏନା, ଲିଟିଲ ମିସ୍‌ ଫଟୋଜେନିକ୍‌ ପାଇଁ ଝାଡଖଣ୍ଡର ଅଭିସିକା ଚାନ୍ଦ, ଲିଟିଲ ମିସ୍‌ ସେଲଫି ପାଇଁ ସିକିମର ସିଦ୍ଧିକା ପ୍ରସାଦ, ଲିଟିଲ ମିସ୍‌ ମୋନାଲିସା ସାଚି ରାଜେଶ ସାଓ୍ଵନ୍ତ, ଲିଟିଲ ମିସ୍‌ ଉଇଜ୍‌କିଡ୍‌ ସିକିମର ଆନଭି ବନିଆ, ମିସ୍‌ ସିଣ୍ଡ୍ରେଲା ପଇଁ ଭୁବନେଶ୍ୱରର କ୍ରିଷିତା ମହାପାତ୍ର, ମିସ୍‌ ଉର୍ବଶୀ ରାଇସା ସହାନାଓ୍ଵାଜ୍‌, ମିସ୍‌ ପର୍ସନାଲିଟି କୋଲକତାର ପାରିଜାତ ଚୌଧୁରୀ ଓ ମିସ୍‌ ଆକ୍ଟିଭ୍‌ ପାଇଁ ଭୁବନେଶ୍ୱରର ଚିରଶ୍ରୀ ସାଗରିକା ପୁରସ୍କୃତ ହୋଇଥିଲେ । ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ନଗଦ ଅର୍ଥରାଶି, ମୁକୁଟ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

ଏଥର ମୋଟ ୪୧ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା । ସେଥିମଧ୍ୟରୁ ଟାଇଟଲ ବିଜୟିନୀଙ୍କୁ କିଟ୍‌ରେ ଯେକୌଣସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶତ ପ୍ରତିଶତ ଫି’ ଛାଡ ଅର୍ଥାତ୍‌ ସର୍ବାଧିକ ୧୮ ଲକ୍ଷ ଟଙ୍କା, ୩ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ମୋଟ ୨୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବା ସହ ନିଜ ବାପା କିମ୍ବା ମାଆଙ୍କ ସହିତ ଏକ ସପ୍ତାହ ଦକ୍ଷିଣ କୋରିଆ ପରିଭ୍ରମଣର ସୁଯୋଗ ମିଳିବ । ସେହିପରି ପ୍ରଥମ ରନର୍ସ ଅପ୍‌ଙ୍କୁ ସମୁଦାୟ ପୁରସ୍କାର ରାଶି ୧୦ ଲକ୍ଷ ଥିବା ବେଳେ ୧ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ଓ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ ଅର୍ଥାତ୍‌ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ କରାଯିବ ।

ଦ୍ୱିତୀୟ ରନର୍ସ ଅପ୍‌ଙ୍କୁ ୫୦ ହଜାର ଟଙ୍କା ଓ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ ଅର୍ଥାତ୍‌ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡର ବ୍ୟବସ୍ଥା ରହିଛି । କାର୍ଯ୍ୟକ୍ରମରେ କିଟ୍‌ ନହ୍ନିପରୀର ମୁଖ୍ୟ ପୃଷ୍ଠପୋଷକ ଡକ୍ଟର ଅଚ୍ୟୁତ ସାମନ୍ତ, ପୃଷ୍ଠପୋଷକ ମଳୟ ମହାପାତ୍ର, ନହ୍ନିପରୀ କୋର କମିଟି ସଦସ୍ୟା ଡ. ସୁଚେତା ପ୍ରିୟବାଦିନୀ, ଡ. ଶ୍ରଦ୍ଧାଞ୍ଜଳୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ଚଳିତବର୍ଷ ନହ୍ନିପରୀର ସ୍ୱତନ୍ତ୍ର ଆକର୍ଷଣ ଥିଲା କୋରିଆର ଗ୍ଲୋରିଆ କୋରିଆନ୍‌ ଡ୍ୟାସ ଗ୍ରୁପ୍‌ ଓ ସିରିଆ ମ୍ୟୁଜିକ୍‌ ଆଫ୍ରୋ ଡ୍ୟାନ୍‌, ସିନାଲିଜ୍‌ ଓ ଏମ୍‌ ଜୋନ୍‌ ଡ୍ୟାନ୍‌ସ ଷ୍ଟୁଡିଓ ଦ୍ୱାରା ନୃତ୍ୟ ପରିବେଷଣ । ସେହିପରି ଅତିଥି ଭାବେ ଯୋଗ ଦେଇଥିଲେ ଫେମିନା ମିସ୍‌ ଇଣ୍ଡିଆ ଓ୍ଵାଲର୍ଡ ୨୦୨୦ ମୋନସା ବାରନାସି , ଫେମିନା ମିସ୍‌ ଇଣ୍ଡିଆ ରନର୍ସ ଅପ୍‌ ୨୦୨୦ ମାନ୍ୟା ସିଂହ, ମିସ୍‌ ଦିବା ସୁପ୍ରା ନ୍ୟାସନାଲ ଇଣ୍ଡିଆ ପ୍ରଜ୍ଞା ଆୟାଗରି, ଇଣ୍ଟରନ୍ୟାସନାଲ ହ୍ୟୁମାନିଟି ଜେନେରାଲର ଗଭର୍ଣ୍ଣର ଚି ୟୁକେ ଚଙ୍ଗ, କୋରିଆ-ଭାରତ ସାଂସ୍କୃତିକ ବିନିମୟ ସଂଘର ସଭାପତି ଅଧ୍ୟକ୍ଷ ନାମ୍‌ ସୁକ୍‌ ୟଙ୍ଗ, ସିଓଲସ୍ଥିତ ମୋନାରେଟେକ୍‌ କମ୍ପାନୀର ଅଧ୍ୟକ୍ଷ ଜେ ଆର ଜୋସେଫ୍‌ ଚୋ, ଅଲିମ୍ପଆନ୍‌ ଦୂତି ଚାନ୍ଦ, ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଅଭିନେତା ସବ୍ୟସାଚୀ ମହାପାତ୍ର ଓ ଫେସନ୍‌ ଡିଜାଇନର ସାନ୍‌ଲିସା ପଟେଲ ।

Sonalisa

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

23 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

25 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

31 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

40 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

40 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

58 mins ago