ଆସାମରେ ବନ୍ୟା ବିଭୀଷିକା, ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି ବାୟୁସେନା

କେନ୍ୟୁଜ୍(ବ୍ୟୁରୋ): ଆସାମରେ ବନ୍ୟା ବିଭୀଷିକା। ପାଣି ଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର କରୁଛି ବାୟୁସେନା। ମାଟି ଅତଡା ଖସିବା ଯୋଗୁଁ ଅନେକ ସ୍ଥାନରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିତୋକ୍‌ଚେରାରେ ଗତକାଲିଠାରୁ ଅଟକି ରହିଥିଲା ସିଲଚର-ଗୁଆହାଟୀ ଏକ୍ସପ୍ରେସ । ଟ୍ରେନରେ ପ୍ରାୟ ୧୩ଶହ ଯାତ୍ରୀ ଥିଲେ। ୧୨ ଶହ ଯାତ୍ରୀ ଏକ ଭଙ୍ଗାପୋଲ ଦେଇ ସୁରକ୍ଷିତ ସ୍ଥାନକୁ ଯିବାରେ ସଫଳ ହୋଇଥିଲେ। କିନ୍ତୁ ପ୍ରାୟ ୧୦୦ ଜଣ ବୟସ୍କ ଓ ବରିଷ୍ଠ ନାଗରିକ ବ୍ରିଜ ପାର କରି ନପାରି ଫସି ରହିଥିଲେ।

asam floof

ସେମାନଙ୍କୁ ଆଜି ସକାଳେ ବାୟୁସେନା ହେଲିକପ୍ଟର ଉଦ୍ଧାର କରିଛି। ଆସାମରେ ପ୍ରଳୟଙ୍କାରୀ ବନ୍ୟାରେ ୬ଟି ଜିଲ୍ଲାର ୨୫ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଦିମା ହସାଓ ଜିଲ୍ଲାରେ ବନ୍ୟା ରଚିଛି ତାଣ୍ଡବ। ହାଫଲୋଙ୍ଗ ଅଞ୍ଚଳରେ ମାଟି ଅତଡା ଧସିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ରେଳ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆସାମରେ ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ରାସ୍ତାଘାଟ, ବ୍ରିଜ ବନ୍ୟା ପାଣିରେ ଧୋଇ ହୋଇଯାଇଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେନା, ପାରା ମିଲିଟାରୀ ଫୋର୍ସ , ଏସ୍‌ଡିଆରଏଫ୍‌ ଓ ଅଗ୍ନିଶମ କର୍ମଚାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.