ବିଷ ବଳୟରେ ଅନୁଗୁଳ ଜିଲ୍ଲା, ବାୟୁ ପ୍ରଦୂଷଣ ଅତି ସାଂଘାତିକ ରୂପ ନେଇଛି

ଅନୁଗୁଳ: ବିଷ ବଳୟରେ ଅନୁଗୁଳ ଜିଲ୍ଲା । ଏଠି ପ୍ରଦୂଷଣ ଅତି ସାଂଘାତିକ ରୂପ ନେଇଛି । ତାଳଚେରରେ ବି ଉତ୍କଟ ସ୍ଥିତି । ଏଠାରେ ବାୟୁ ପ୍ରଦୂଷଣ ମାତ୍ରା ହୁ ହୁ ବଢିବାରେ ଲାଗିଛି । ଦିନକୁ ଦିନ ଖରାପ ହେବାରେ ଲାଗିଛି ସ୍ଥିତି । ଗତକାଲି ଅନୁଗୁଳର ଏୟାର୍ କ୍ଵାଲିଟି ଇଣ୍ଡେକ୍ସ ବା ବାୟୁର ମାନ ସୂଚକାଙ୍କ ୩୨୫ ରହିଥିଲା । ପ୍ରତିବର୍ଷ ଶୀତଦିନେ ଅନୁଗୋଳର ପବନରେ ବିଷାକ୍ତ ଧୂଳିକଣା ଭର୍ତ୍ତି ହୋଇଯାଉଛି। ଏବେ ଦେଶରେ ସବୁଠୁ ପ୍ରଦୂଷିତ ସହର ଭିତରେ ଆଗରେ ରହିଛି ଅନୁଗୋଳ ।

ଜିଲ୍ଲାର ତାଳଚେର, କଣିହାଁ ଏବଂ ଛେଣ୍ଡିପଦା ବ୍ଲକ୍ କଳାହୀରା ପାଇଁ ପରିଚୟ ଲାଭ କରିଛି । ଏହି ଅଞ୍ଚଳରୁ ବ୍ୟାପକ କୋଇଲା ଉତ୍ତୋଳନ ଯୋଗୁ ବାୟୁମଣ୍ଡଳରେ ଭର୍ତ୍ତି ହୋଇଯାଉଛି ବିଷାକ୍ତ ଧୂଳିକଣା । ପରିବହନ ସମୟରେ କିଛି କୋଇଲା ବୋଝେଇ ଗାଡ଼ି ପାଲ ଘୋଡ଼ାଉ ନ ଥିବାରୁ ଗୁଣ୍ଡ ଉଡ଼ି ବାୟୁରେ ମିଶୁଛି । ଅନୁଗୁଳ ଜିଲ୍ଲାରେ ମଧ୍ୟ ରହିଛି ଏକାଧିକ ବୃହତ୍ ଇସ୍ପାତ କାରଖାନା । ସେହିପରି ତାପଜ ବିଦ୍ୟୁତ୍ କେନ୍ଦ୍ର ଓ ଶକ୍ତି ଉତ୍ପାଦନ ପ୍ରକଳ୍ପ ମଧ୍ୟ ରହିଛି । ଏହି ସବୁ କାରଖାନାକୁ ପ୍ରତିଦିନ ହଜାର ହଜାର ଭାରୀଯାନ ଚଳାଚଳ କରୁଛି । ଏଥିଯୋଗୁ ବାୟୁମଣ୍ଡଳରେ ବିଷାକ୍ତ ଧୂଆଁ ଓ ଧୂଳିକଣା ମିଶି ପ୍ରଦୂଷଣ ବଢୁଛି । ରାଜ୍ୟର ସର୍ବାଧିକ ପ୍ରଦୂଷିତ ସହର ହୋଇଛି ଅନୁଗୁଳ ଏଠାରେ ବାୟୁ ପ୍ରଦୂଷଣ ନୂଆଦିଲ୍ଲୀକୁ ପାର୍ କରି ଯାଇଛି । ଅନୁଗୋଳ ଦେଶର ଦ୍ଵିତୀୟ ସର୍ବାଧିକ ପ୍ରଦୂଷିତ ସହର ଭାବେ ଦୁର୍ନାମ ମୁଣ୍ଡାଇଛି । ସହର ଭାବେ ଦୁର୍ନାମ ମୁଣ୍ଡାଇଛି ।

ଅନୁଗୁଳ ସହରରେ ବାୟୁ ମାନ ସୂଚକାଙ୍କ ୩୧୯ ରହିଥିଲା । ଗତକାଲି ପ୍ରଦୂଷଣ ଏହାଠାରୁ ଅଧିକ ଥିଲା । ଗତକାଲି ଅନୁଗୁଳ ସହରର ଏକ୍ୟୁଆଇ ୩୨୫ ରହିଥିବା ବେଳେ ଚଳିତ ମାସ ୧ ତାରିଖ ରେ ୮୭ ରହି ପରିବେଶ ସ୍ୱଚ୍ଛ ଥିଲା । ବାୟୁମଣ୍ଡରେ ପିଏମ୍ ୨.୫ ସ୍ତର ଅଧିକ ରହୁଛି । ଅତି କ୍ଷୁଦ୍ର କଣିକା ବାୟୁମଣ୍ଡଳରେ ରହୁଥିବାରୁ ଏହା ଗୁରୁତର ସ୍ଵାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ଅନୁଗୁଳ ସହରରେ ବାୟୁ ପ୍ରଦୂଷଣ ହଠାତ୍ ବୃଦ୍ଧି ପାଇଥିଲା ବେଳେ ତାଳଚେର ସ୍ଥିତି ବି ଭଲ ବାୟୁମଣ୍ଡଳରେ ପିଏମ୍-୧୦ ସ୍ତର ଅଧିକ ରହିଛି ।

ତେବେ ଅନୁଗୁଳ ବାୟୁମଣ୍ଡଳରେ ଓଜୋନ୍ ସ୍ତର ବଢ଼ିବା ସହ ଅତି କ୍ଷୁଦ୍ର କଣିକା ବି ଭରି ଯାଇଥିଲା । ତେବେ ଏହା ପୂର୍ବରୁ ପ୍ରାୟ ସପ୍ତାହେ ଧରି ଏକ୍ୟୁଆଇ ୨ଶହ ତଳେ ରହୁଥିଲା । ଶେଷଥର ପାଇଁ ୭ ତାରିଖରେ ଏହା ୧୧୮ରେ ପହଞ୍ଚିଥିଲା ବେଳେ ୩ ତାରିଖରେ ୨୧୯ ଛୁଇଁଥିଲା । ଏବେଠୁ ପ୍ରଦୂଷଣର ମାତ୍ରା ପ୍ରତି ଧ୍ୟାନ ଦିଆନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାନକ ।