ଯାତ୍ରୀଙ୍କ ପାଇଁ ଖୁସି ଖବର: ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇକୁ ସିଧାସଳଖ ଉଡିଲା ବିମାନ

ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ଉଡ଼ିଲା ବିମାନ । ମୁମ୍ବାଇ ବିମାନବନ୍ଦରୁ ଇଣ୍ଡିଗୋ ବିମାନ ଆସି ଝାରସୁଗୁଡ଼ାରେ ପହଞ୍ଚିଛି । ଏଥିରେ ପ୍ରାୟ ୧୮୦ ଯାତ୍ରୀ ସୁବିଧାରେ ଯାତ୍ରା କରିପାରିବେ । ଆଜି ମୁମ୍ବାଇ ବିମାନବନ୍ଦରରୁ ପୂର୍ବାହ୍ନ ୧୦ଟା ୫୫ରେ ବିମାନ ଉଡ଼ାଣ ଭରି ଝାରସୁଗୁଡ଼ାରେ ଅପରାହ୍ନ ଗୋଟାଏରେ ପହଞ୍ଚିଛି । ପରେ ଏହି ବିମାନ ଝାରସୁଗୁଡ଼ାରୁ ଦିନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବ । ଇଣ୍ଡିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟରେ ଚଳାଚଳ କରିବ। ବିମାନସେବାକୁ ନେଇ ସମର ସିଡ୍ୟୁଲ୍ ପ୍ରକାଶ ପାଇ ନ ଥିବା ବେଳେ ଆଗକୁ ସମୟ ସାରଣୀରେ ପରିବର୍ତ୍ତନ ସମ୍ଭାବନା ରହିଛି।
ଝାରସୁଗୁଡ଼ା ସହ ଦେଶର ପ୍ରମୁଖ ମେଟ୍ରୋ ସିଟି ଆକାଶମାର୍ଗରେ ଯୋଡ଼ି ହୋଇଛି। ରାଜଧାନୀ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁକୁ ଇଣ୍ଡିଗୋର ବିମାନସେବା ଜାରି ରହିଛି। ସେହିପରି ଷ୍ଟାର ଏୟାର ପକ୍ଷରୁ ହାଇଦ୍ରାବାଦ, ରାୟପୁର ଏବଂ ଲକ୍ଷ୍ନୌକୁ ବିମାନସେବା ଆରମ୍ଭ ହୋଇଛି। ଏଲାୟନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର- ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ସପ୍ତାହକୁ ତିନି ଦିନ ଜାରି ରହିଛି। ଝାରସୁଗୁଡ଼ା–ମୁମ୍ବାଇ ମଧ୍ୟରେ ବିମାନ ଚଳାଚଳକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଆହୁରି ପଢ଼ନ୍ତୁ : କିଲିମାଂଜୋରୋ ଶୃଙ୍ଗ ଆରୋହଣ କରି ରେକର୍ଡ଼ କଲେ ଓଡ଼ିଆ ଦମ୍ପତି ସୗଭାଗ୍ୟ ଓ ସାଗରିକା