ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବାୟୁବୀରଙ୍କ ଚିତ୍ତାକର୍ଷକ ଏୟାର ସୋ’, ଆକାଶରେ ଗର୍ଜିଲା ଲଢୁଆ ହକ୍‌ ବିମାନ

ପୁରୀ(କେନ୍ୟୁଜ୍): ପୁରୀରେ ବାୟୁସେନା ସୂର୍ଯ୍ୟକିରଣ ଟିମ୍‌ର ଏୟାର ସୋ’। ବାୟୁବୀରଙ୍କ ଚିତ୍ତାକର୍ଷକ ଏୟାର ସୋ’। ବ୍ଲୁ ଫ୍ଲାଗ୍‌ ବିଚ୍‌ରେ କଳାକୌଶଳ ଦେଖାଇଲେ ବାୟୁସେନାର ଫାଇଟର ଜେଟ୍‌। ଆକାଶରେ ଗର୍ଜିଲା ଲଢୁଆ ହକ୍‌ ବିମାନ। ୯ଟି ହକ୍‌ ବିମାନ ଦେଖାଇଲେ କଳାକୌଶଳ। ମାଟି ଠାରୁ ୫୦୦ରୁ ହଜାର ଫୁଟ ଉପରେ ଦେଖାଇଛନ୍ତି କୌଶଳ। ଘଣ୍ଟାକୁ ୧୬୦୦ କିମି ବେଗରେ କୌଶଳ ପ୍ରଦର୍ଶନ କରିଛନ୍ତି ବାୟୁବୀର।

ପୁରୀରେ ପ୍ରଥମ ଥର ପାଇଁ ଏଭଳି ଏକ ସୋ’ ଆୟୋଜନ କରାଯାଇଥିଲା। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Leave A Reply

Your email address will not be published.