ଅଜା ଦେଇଥିବା ଖେଳଣାରୁ ସୁବାଶିଷ ପାଇଲେ ପ୍ରେରଣା : ଶେଷରେ ଆକାଶରେ ଉଡାଇଲେ ନିଜ ହାତ ତିଆରି ଉଡାଜାହାଜ

ଉମରକୋଟ: ଦୃଢ ମନୋବଳ ଆଗରେ ସବୁକିଛି ହାର ମାନିଥାଏ । କିଛି ନୂଆ କରି ଦେଖାଇବାର ଇଚ୍ଛା ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଏଥିରେ କୌଣସି ଦ୍ବନ୍ଦ ନାହିଁ । ଏପରି କିଛି କରି ଦେଖାଇଛନ୍ତି ଉମରକୋଟର ଜଣେ ଇଞ୍ଜିନିୟର ଛାତ୍ର । ନିଜ ଚେଷ୍ଟାରେ ତିଆରି କରିଛନ୍ତି ଏକ ଉଡାଜାହାଜ ।

sibashishଏହି ଛାତ୍ର ଜଣକ ହେଉଛନ୍ତି ସୁବାଶିଷ ସାହୁ । ସୁବାଶିଷ ହେଉଛନ୍ତି ଜଣେ ବିଟେକ୍ ଛାତ୍ର । ପାରଳାଖେମୁଣ୍ଡି ସେଞ୍ଚୁରିଆନ୍ନ ୟୁନିଭରସିଟିରେ ପାଠ ପଢନ୍ତି । କରୋନା ଲକ ଡାଉନ୍ ପାଇଁ ଆମେ ସଭିଏଁ ଏକ ପ୍ରକାରର ବନ୍ଦି ଜୀବନ ବିତାଉଥିଲେ । ଏଥିରୁ ବା କିପରି ବାଦ୍ ପଡ଼ିଥାନ୍ତେ ଶିବାଶିଷ। ଏହି ସମୟରେ ସେ ଘରେ ରହିଥିଲେ ଏବଂ ସମୟର ସଦୁପୋଯୋଗ କରିଥିଲେ । ଆଉ ଏହି ସମୟରେ ତିଆରି କରିଛନ୍ତି ଏକ ଉଡାଜାହାଜ ।

sibashish aroplaneଉଡାଜାହାଜ ତିଆରି କରିବାପାଇଁ ସେ ବିଭିନ୍ନ ଯନ୍ତ୍ରପାତି ବାହାରୁ ଅନଲାଇନରେ ମଗେଇଛନ୍ତି । ପାଠ ପଢା ସରିବା ମାତ୍ରକେ ସେ ଲାଗି ପଡ଼ନ୍ତି ଉଡାଜାହାଜ ତିଆରି କରିବାରେ । ଯେଉଁ ଉଡାଜାହାଜକୁ ବର୍ତ୍ତମାନ ସେ ଉଡ଼ାଇବା ପାଇଁ ସଫଳ ହେଇଛନ୍ତି । ତେବେ ଭବିଷ୍ୟତରେ  ଉଡାଜାହାଜରେ ନୂତନ ଶୈଳୀ ରେ 3G, 4G ଓ GSM ସିଷ୍ଟମ୍ ରେ ଉଡ଼େଇବା ପାଇଁ ଇଚ୍ଛା ରଖିଥିବା ସୁବାଶିଷ ଏହା ପରେ ଏକ ଏୟାର ଆମ୍ବୁଲାନ୍ସ ତିଆରି କରିବାକୁ ଆଶା ରଖିଛନ୍ତି।

flightସୁବାଶିଷଙ୍କ ବାପା ରବୀନ୍ଦ୍ର କୁମାର ସାହୁ ଜଣେ ସରକାରୀ କର୍ମଚାରୀ ଓ ମାଁ ସୁଜାତା ସାହୁ ଜଣେ ଗୃହଣୀ । ଶିବାଶିଷଙ୍କ ଏହି ସଫଳତା ନେଇ ସେମାନେ ବହୁତ୍ ଖୁସି । ତେବେ ପିଲାଟି ଦିନରୁ ସୁବାଶିଷ ପ୍ରଯୁକ୍ତି ବିଦ୍ୟା ପ୍ରତି ଇଚ୍ଛା ରଖିଥିଲେ । କିଛି ନୂଆ କରି ଦେଖେଇବା ପାଇଁ ସଦା ସର୍ବଦା ଲାଗି ପଡ଼ିଥିଲେ । ସେ ଛୋଟ ଥିବା ସମୟରେ ତାଙ୍କ ଅଜା ତାଙ୍କ ପାଇଁ ଏକ ଖେଳନା ଉଡାଜାହାଜ ଆଣି ଦେଇଥିଲେ । ସେହି ସମୟରେ ହିଁ ସେ ସେହି ଉଡାଜାହାଜକୁ ଖୋଲି ପକାଇଥିଲେ ଏବଂ ତାହା କିପରି ଉଡ଼ି ପାରୁଛି ଜାଣିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ତେବେ ସୁବାଶିଷଙ୍କ ଇଚ୍ଛା ଶକ୍ତି ଫଳରେ ଆଜି ତାଙ୍କ ହାତ ତିଆରି ଉଡାଜାହାଜ ଆକାଶରେ ଉଡିଲା । ସେହିଭଳି ଏୟାର ଆମ୍ବୁଲାନ୍ସ ତିଆରି କରିବାର ଆଶା ମଧ୍ଯ ସେ ପୂରଣ କରିବେ ଏଥିରେ କୌଣସି ଦ୍ବନ୍ଦ ନାହିଁ

 

ଉମରକୋଟରୁ ଅନୁରାଗ ପଟ୍ଟନାୟକ, କେ ନ୍ଯଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like