କେନ୍ଦୁଝର ସଡ଼କ ଦୁର୍ଘଟଣାରେ ୩ ହାତୀ ମୃତ୍ୟୁ ଘଟଣାରେ ନୂଆ ମୋଡ, ‘ଐରାବତ୍’ ବସ୍ ସାଜିଥିଲା ମୃତ୍ୟୁର ସୌଦାଗର

ଐରାବତ ନେଲା ୩ ଐରାବତଙ୍କ ଜୀବନ । ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ଏହି ଘଟଣା । କେନ୍ଦୁଝର ସଡ଼କ ଦୁର୍ଘଟଣାରେ ୩ ହାତୀ ମୃତ୍ୟୁ ଘଟଣାରେ ନୂଆ ମୋଡ । ଟ୍ରକ୍ ନୁହେଁ, ‘ଐରାବତ୍’ ବସ୍ ଧକ୍କାରେ ସମସ୍ତ ହାତୀର ହୋଇଛି ମୃତ୍ୟୁ । CCTV ଫୁଟେଜ୍ରୁ ଅନୁଧ୍ୟାନ ପରେ ଘଟଣାର ସତ୍ୟତା ଜଣାପଡିଛି । ଏହି ଘଟଣାରେ ବଡବିଲରୁ ବସକୁ ଜବତ କରିବା ସହ ଡ୍ରାଇଭରଙ୍କୁ ବଡବିଲ ବନବିଭାଗ ଗିରଫ କରିଛି । ପୂର୍ବରୁ ଏହି ଘଟଣାରେ ବନ ବିଭାଗ ୨ ଟ୍ରକକୁ ଜବତ କରିବା ସହ ହେଲପରକୁ ଅଟକ ରଖିଥିଲା । ପରେ ସିସିଟିଭିରୁ ବସ ଧକ୍କାରେ ହତୀର ମୃତ୍ୟୁ ହୋଇଥିବାର ସୂଚନା ମିଳିଥିଲା । ଗତକାଲି ରାତିରେ ୧୦ଟି ହାତୀ ପଲ ୨୦ ନମ୍ବର ଜାତୀୟ ରାଜପଥ ପାର ହେଉଥିବାବେଳେ ବସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମାଆ ଓ ଛୁଆ ହାତୀଙ୍କ ଜୀବନ ଚାଲିଯାଇଥିଲା। ଆଉ ଏକ ମାଈ ହାତୀର ଚିକିତ୍ସା ବେଳେ ମୃତ୍ୟୁ ହୋଇଥିଲା ।