ଗଜପତି: ଜାଡିଙ୍ଗ ଗ୍ରାମରୁ AK47 ବନ୍ଧୁକ ସହ ୨୮ରାଉଣ୍ଡ ଗୁଳି ଜବତ, ଜଣେ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ଅଡବା ଥାନା ଜାଡିଙ୍ଗ ଗ୍ରାମରୁ AK47 ବନ୍ଧୁକ ସହ ୨୮ରାଉଣ୍ଡ ଗୁଳି ଓ ଦୁଇଟି ମାଗାଜିନକୁ ଜବତ । ଏହା ସହ ଜଣକୁ ଗିରଫ କରିଛି  ଅଡବା ପୋଲିସ ।

ଗିରଫ ଅଭିଯୁକ୍ତ ହେଲେ ଅଡବା ଥାନା ଜାଡିଙ୍ଗି ଗ୍ରାମର ପ୍ରମୋଦ ମାଝୀ । ପ୍ରମୋଦ ପୁର୍ବରୁ ମାଓ ସଂଙ୍ଗଠନରେ ରହିଥିଲେ।  ପରେ ସେ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ଏବେ ଗାଁରେ ସାଧାରଣ ଜୀବନଜାପନ କରିଆସୁଥିବା ବେଳେ ଗତ ଫେବୃଆରୀ ମାସରେ ନିଜ ଗାଁରେ ଡ଼ମ୍ବୁରୁଧର ମାଝୀ ନାମକ ଜଣେ ପାଷ୍ଟରଙ୍କୁ  ୭/୦୨/୨୦୨୧ ତାରିଖରେ  ଗୁଣିଆ ସନ୍ଦେହ କରି ଗୁଳିକରି ଆହତ କରିଥିଲେ। ଏହି ଆକ୍ରମଣ ଅଭିଯୋଗରେ ଆଜି ଗଜପତି ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୁଚନା ଦେଇଛନ୍ତି ଅଡବା ଥାନାଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ।