ଶତ୍ରୁ ଛାତିରେ ପଶିବ ଛନକା,ଆକାଶ ସିରିଜର ଆଉ ଏକ ମିଶାଇଲ୍‌ ‘ଆକାଶ ପ୍ରାଇମ୍‌’ର ହେଲା ସଫଳ ପରୀକ୍ଷଣ

ବାଲେଶ୍ବର(କେନ୍ୟୁଜ୍):  ଆକାଶ ସିରିଜର ଆଉ ଏକ ମିଶାଇଲ୍‌ର ପରୀକ୍ଷଣ । ‘ଆକାଶ ପ୍ରାଇମ୍‌’ ମିସାଇଲ୍‌ ନାମରେ ନାମିତ ଏହି ମିଶାଇଲର ସଫଳ ପରୀକ୍ଷଣ ହୋଇଛି । ଚାନ୍ଦିପୁର ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜରୁ ଆକାଶ ମିଶାଇଲର ନୂଆ ଭର୍ସନ ଆକାଶ ପ୍ରାଇମର ସଫଳ ପରୀକ୍ଷଣ କରାଯାଇଛି । ଆକାଶମାର୍ଗରେ ଏକ ମାନବବିହୀନ ଏୟାରକ୍ରାପ୍ଟକୁ ଧ୍ୱଂସ କରିଥିଲା ।

ଆଧୁନିକ ଜ୍ଞାନକୌଶଳ ଆଧାରରେ ଏହି ଆକାଶ ପ୍ରାଇମ ପ୍ରସ୍ତୁତ ହୋଇଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି । ଆକାଶ ପ୍ରାଇମର ସଫଳ ପରୀକ୍ଷଣ ପରେ ଡିଆରଡିଓକୁ ଶୁଭେଚ୍ଛାର ସୁଅ ଛୁଟିଛି । ‘ଆକାଶ ପ୍ରାଇମ୍‌’ ମିସାଇଲ୍‌କୁ ସ୍ଥଳ ଓ ବାୟୁସେନାର ଶକ୍ତିକୁ ଆହୁରୀ ବୃଦ୍ଧି କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି ।

Leave A Reply

Your email address will not be published.