ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ ଚାନ୍ଦିପୁରରୁ ଉତ୍‌କ୍ଷେପଣ

କେନ୍ୟୁଜ୍(ବ୍ୟୁରୋ):  ନ୍ୟୁ ଜେନେରେସନ୍‌ ଆକାଶ ମିଶାଇଲ ପରୀକ୍ଷଣ। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ ହୋଇଛି। ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶକୁ ଆଜି ୧୨ଟା ୪୫ ମିନିଟ୍‌ରେ ଉତକ୍ଷେପଣ କରାଯାଇଥିଲା ।

ନ୍ୟୁ ଜେନେରେସନ୍‌ ଆକାଶ ମିଶାଇଲର ଲକ୍ଷ୍ୟ ଭେଦ କ୍ଷମତା ୭୦ କିଲୋମିଟର । ପରୀକ୍ଷାରେ ରାଡାରରୁ ମିଳିଥିବା ତଥ୍ୟକୁ ସମୀକ୍ଷା କରୁଛନ୍ତି ପ୍ରତିରକ୍ଷା ବାହିନୀର ବୈଜ୍ଞାନିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.