କେନ୍ୟୁଜ୍(ବ୍ୟୁରୋ): ଚାର୍ ସୋ ବିଶ୍ ଆକାଶ ପାଠକଙ୍କ ପୋଲ୍ ଖୋଲିଲେ ପିଏ । ସାମନାକୁ ଆସିଲେ ବ୍ୟକ୍ତିଗତ ସହାୟକ ବା ଡେଭିଡ୍ ପିଟର । ଜାଲିଆତିର ଗୋଟିଏ ଗୋଟିଏ ଏପିସୋଡ କହିଛନ୍ତି । ଆକାଶ କହିଥିଲେ ସେ ପୁନେ ଟାଟା ମୋଟର୍ସରେ ଏମଡି ଅଛନ୍ତି । ଅଧିକ କାମ ରହୁଥିବାରୁ ଦରକାର ପର୍ସନାଲ୍ ଆସିଷ୍ଟାଣ୍ଟ । ପାଖରେ ଥିଲା ଟାଟା ମୋଟର୍ସର ଫେକ୍ ଆଇକାର୍ଡ, ଭିଜିଟିଙ୍ଗ କାର୍ଡ, ଲେଟର ହେଡ୍ । ପିଏସଓ ଧରି ବୁଲୁଥିଲେ । ଏମିତି ଲାଇଫ୍ ଷ୍ଟାଇଲ୍ ମେଣ୍ଟେନ କରୁଥିଲେ ଯେ କେହି ବି ସନ୍ଦେହ କରିବେ ନାହିଁ ।
ଡେଭିଡ୍ ପିଟର ବଖାଣିଛନ୍ତି, ଟାଟା ନାଁରେ କେମିତି ଆକାଶ ଚଳାଇଥିଲେ ଜାଲ ନିଯୁକ୍ତି ରାକେଟ୍ । ଅନଲାଇନରେ ଇଣ୍ଟଭ୍ୟୁ । ଟ୍ରେନର ବି ରଖିଥିଲେ । ମ୍ୟାନେଜମେଣ୍ଟ ଓ ଗ୍ରାଜୁଏଲ୍ ଟ୍ରେନିଂ ପାଇଁ ଚଳାଇଥିଲେ ନିଯୁକ୍ତି । ବିଜ୍ଞାପନ ବାହାରୁ ନଥିଲା । ବ୍ରହ୍ମପୁରରୁ ସର୍ବେଶ୍ୱର ରାଓ ପଠାଉଥିଲେ ଟାଟାରେ ଚାକିରି ପାଇଁ ଆବେଦନକାରୀଙ୍କ ନାଁ । ଜଣେ ଏଚ. ଆର୍. ଅରୁଣ ଫୁଲେରାଙ୍କ ନାଁ ନେଇଛନ୍ତି ପିଟର । ଚାକିରି ଦେବାକୁ ୭୦-୮୦ ଜଣଙ୍କ ନାଁ ଚୁଡାନ୍ତ ହୋଇଥିଲା । କିନ୍ତୁ ଆକାଶ କେବେ ଡେଭିଡଙ୍କୁ ଟାଟା ଅଫିସକୁ ନେଇ ନଥିଲେ ।
ଲକଡାଉନ୍ ବେଳେ ପୁନେରୁ ଭୁବନେଶ୍ୱର ଓ ମୁମ୍ବାଇ ଭଳି ବିଭିନ୍ନ ସହରକୁ ଚାର୍ଟର ପ୍ଲେନରେ ଯାଆସ କରିଛନ୍ତି ଆକାଶ, ତାଙ୍କ ପରିବାର ଓ ସମ୍ପର୍କୀୟ । ଘରକୁ ବେଳେବେଳେ ଆସୁଥିଲା ଭାବି ପତ୍ନୀ । ପୁନେ ଓ୍ଵାଟର୍ସ ଆପାର୍ଟମେଣ୍ଟରେ ଆକାଶ ନେଇଥିବା ଘର ଭଡ଼ା ଥିଲା ୩ଲକ୍ଷ ୨୫ ହଜାର ଟଙ୍କା । ଭିଜିଲାନ୍ସ ତାଙ୍କ ଜାଲିଆତି ବିଷୟରେ କହିବା ପରେ ଆଶ୍ଚଯ୍ୟ ହୋଇଛନ୍ତି ପିଟର୍ ।
ଜାଲିଆତି ଓ ଠକେଇ ନେଇ ଆକାଶଙ୍କ ନାଁରେ ଗୋଟିଏ ପରେ ଗୋଟିଏ ନୂଆ ମାମଲା ରୁଜୁ ହେଉଛି । କେସ୍ ନମ୍ବର ୨୬/୨୦୨୦ରେ ସାଇବର ସେଲରେ ମାମଲା ଥିବା ଭୁବନେଶ୍ୱର ଏସଡିଜେଏମ୍ କୋର୍ଟଙ୍କୁ କ୍ରାଇମବ୍ରାଞ୍ଚ ଅବଗତ କରାଇଛି । ଆଗକୁ ଆକାଶଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ । ଖୋଜିବ ଠକେଇର ଚେର । ଡେଭିଡ ପିଟରଙ୍କ ସହ ମୁହାଁମୁହିଁ ଜେରା ହୋଇପାରେ ।