ଆରମ୍ଭ ହୋଇଛି ଅଖିମୁଠି ଅନୁକୁଳ, ଧୁମଧାମର ସହିତ ପାଳନ କଲେ ବଲାଙ୍ଗୀର ଚାଷୀ ସମାଜ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଅକ୍ଷୟ ତୃତୀୟାରେ ଚାଷ କାମରେ ମୁଳଦୁଆ ପଡିଛି । ଆରମ୍ଭ ହୋଇଛି ମୁଠି ଅଖି ଅନୁକୁଳ । ସାରା ଚାଷୀ ସମାଜ ଏହି ପର୍ବକୁ ଧୁମ ଧାମର ସହିତ ପାଳନ କରିଛନ୍ତି । ବଲାଙ୍ଗୀର ଅଘରିଆ ସମାଜର ପକ୍ଷରୁ ଶୂଭଲଗ୍ନ ଅନୁସାରେ ବିଲରେ ଚନ୍ଦନ ହଳଦି ବୋଳା ଧାନ ପୁଜାର୍ଚ୍ଚନା ପରେ ବୁଣା ଯାଇଛି । ହଳ ଲଙ୍ଗଳକୁ ପୁଜା କରାଯାଇଛି ।
ଶୁଭ ଲଗ୍ନ ଦେଖି ଘରର ମୁରବୀ ମାନେ ଏହି ଅଖିମୁଠି ଅନୁକୁଳ କରିଥାନ୍ତି । ବଲାଙ୍ଗୀର ଜିଲ୍ଲା ସମେତ ସାରା ରାଜ୍ୟରେ ଏହି ପର୍ବ କୁ ଧୁମ ଧାମର ସହିତ ପାଳନ କରିଥାନ୍ତି । ଏହା ପ୍ରତି ବର୍ଷ କୃଷକ ମାନଙ୍କ ଏହା ଆଦି ପର୍ବ ଦେଇଥିବାରୁ ପରମ୍ପରା ରୀତିନୀତିରେ ପାଳନ ହେଉଛି ।
ଆମ ଓଡିଶା କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ବିଷେଶ କରି ଗାଁ ରୁ ସହର ସବୁଠାରେ ଏହି ପର୍ବକୁ ପାଳନ କରାଯାଏ । ପ୍ରତି ଶୁଭ କାର୍ଯ୍ୟ ଅକ୍ଷୟ ତୃତୀୟା ଦିନରେ ଆରମ୍ଭ ହୋଇଥାଏ । ସେ ଘର ତିଆରି ହେଉ କି ଚାଷ କାମ । ସବୁ କାମରେ ମୁଳଦୁଆ ପଡେ । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ରାଜ୍ୟ ସରାକର ଏହାକୁ କୃଷକ ଦିବସ ଭାବରେ ପାଳନ କରିଥାନ୍ତି ।
ହଳ ଲଙ୍ଗଳ ଓ ଧରିତ୍ରୀ ମାତାଙ୍କୁ ପୁଜା କରିବା ପରମ୍ପରା ରହିଛି । ବଲାଙ୍ଗୀରରେ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି କୃଷକ ଦିବସ ପାଳନ କରିଛନ୍ତି । ଏହି ପର୍ବ କୁ ନେଇ ଚାଷି ସମାଜର ରହିଛି ଅନେକ ବିଶ୍ଵାସ ।
Also read: ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା, ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ହେଲେ ଲାଭବାନ