ଅକ୍ଷୟ ତୃତୀୟା ଉପଲକ୍ଷେ ନୂଆପଡା ଜିଲ୍ଳା ଖଡିଆଳ ସହର ସ୍ଥିତ ଶ୍ରୀ ଜଗନ୍ନାଥ ସ୍ୱାମୀ ମନ୍ଦିରରେ ଲାଗିଲା ଛପନ ପ୍ରକାର ଭୋଗ

ନୂଆପଡା : ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ନୂଆପଡା ଜିଲ୍ଳା ଖଡିଆଳ ସହର ସ୍ଥିତ ଶ୍ରୀ ଜଗନ୍ନାଥ ସ୍ୱାମୀ ମନ୍ଦିରେ ଚତୁର୍ଦ୍ଧା ମୂର୍ତ୍ତିକୁ ପୂଜାଅର୍ଚ୍ଚନା କରାଯିବା ସହ ଛପନ ଭୋଗର ଆୟୋଜନ କରାଯାଇଥିଲା । ଏହି ମନ୍ଦିରରରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସମେତ ଦୁଇଗୋଟି ଜଗନ୍ନାଥଙ୍କ ପୂଜା ହୋଇ ଆସୁଛି । କଳାପାହାଡ ଆକ୍ରମଣ ଭୟରେ ଖଡିଆଳ ନିକଟସ୍ଥ ଝିତ୍ରିଢୋଡା ଗାଁଲୋକେ ଖଡିଆଳର ତତକାଳିନ ରାଜା ରତନସିଂଙ୍କୁ ଏକ ଜଗନ୍ନାଥ ମୂର୍ତ୍ତିକୁ ପ୍ରଦାନ କରିଥିଲେ । ପରେ ରାଜା ସେହି ଜଗନ୍ନାଥ ମୂର୍ତ୍ତିକୁ ଶ୍ରୀ ଜଗନ୍ନାଥ ସ୍ୱାମୀ ମନ୍ଦିରେ ସ୍ଥାପନା କରିଥିଲେ ।

JAGA-2

 

ସେହି ଦିନଠାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପୂଜାଅର୍ଚ୍ଚନା ହୋଇଆସୁଛି । ଗତକାଲି ସଂନ୍ଧ୍ୟା ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସ୍ୱତନତ୍ର ପୂଜାଅର୍ଚ୍ଚନା କରାଯିବା ସହ ଛପନ ପ୍ରକାରର ଭୋଗର ଆୟୋଜନ କରାଯାଇଥିଲା । ଏହି ଅବସରରେ ଶହ ଶହ ଭକ୍ତ ଚତୁର୍ଦ୍ଧା ପୂଜାଅର୍ଚ୍ଚନା ଙ୍କ ଦର୍ଶନ କରିବା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଭୋଗ ସେବନର ବ୍ୟବସ୍ଥା କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.