ଅର୍ଚ୍ଚନା ନାଗ ମାମଲା : ଇଡିରେ ହାଜର ହେଲେନି ସିନେ ପ୍ରଯୋଜକ ଅକ୍ଷୟ ପରିଜା, ନୋଟିସ କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର (କେନ୍ୟୁଜ): ଅର୍ଚ୍ଚନା ନାଗ କଳା ସାମ୍ରାଜ୍ୟର ଗୁମର ଭେଦୁଛି ଇଡି । ତଦନ୍ତ ବଢ଼ିବା ସହ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଇଡିରେ ହାଜର ହେଲେନି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ତାପୂର୍ବରୁ ଆଜି ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଅକ୍ଷୟ ପରିଜାଙ୍କ ଓକିଲ । ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ ଆଣିଥିଲେ ଅକ୍ଷୟ ପରିଜା । ବ୍ଲାକମେଲିଂ କରିଥିବା ନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ସେ ଏତଲା ଦେଇଥିଲେ ।

ଅକ୍ଷୟ ପରିଜା ନିଜ ଏତଲାରେ ଦର୍ଶାଇଥିଲେ, ଅର୍ଚ୍ଚନା ଓ ୨୩ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର କରି ମୋଟା ଅଙ୍କର ଟଙ୍କା ଆଦାୟ ଯୋଜନା କରିଥିଲେ । ଅର୍ଚ୍ଚନା ତାଙ୍କୁ ୩ କୋଟି ଟଙ୍କା ମାଗୁଥିବା ଅଭିଯୋଗ ହୋଇଥିଲା । ନହେଲେ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିବାକୁ ଧମକ ଦେଉଥିବା ଏତଲାରେ ଉଲ୍ଲେଖ କରିଥିଲେ ଅକ୍ଷୟ ପରିଜା । ଅର୍ଚ୍ଚନା ଓକିଲର ପରିଚୟ ଦେଇ ବ୍ଲାକମେଲିଂ କରିଥିଲେ । ବିଭିନ୍ନ ସମୟରେ ଧମକାଉଥିଲେ । ଭୁବନେଶ୍ୱରର ସ୍ୟାଣ୍ଟି ଟାଓ୍ଵାରରେ ତାଙ୍କୁ ଭେଟିଥିଲେ ଅର୍ଚ୍ଚନା । ୩ କୋଟି ଟଙ୍କା ଦାବି କରିଥିଲେ । ତାଙ୍କୁ ଏହି ମାମଲାରେ ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.