ମଦ ବିରୋଧରେ ବିଶାଳ ଆନ୍ଦୋଳନ !

କନ୍ଧମାଳ : ଶତାଧିକ ମହିଳା ଏକାଠି ହୋଇ ଜିଲ୍ଲାରେ ମଦ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି । ଏନେଇ ମଦକୁ ବିରୋଧ କରି ବିଶାଳ ଆନ୍ଦୋଳନ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ କନ୍ଧମାଳ ମହିଳା ମଣ୍ଡଳର ୪ଟି ବ୍ଲକର ମହିଳମାନେ ଏକାଠି ହୋଇଥିଲେ । ପ୍ଲାକାର୍ଡ଼ ଧରି ମଦବିରୋଧୀ ସ୍ଲୋଗାନ୍ ଦେବା ସହ ଶୋଭାଯାତ୍ରା କରିଥିଲେ । ସ୍ଥାନୀୟ ଅଞ୍ଚଳରେ ବେଆଇନ ମଦ କାରବାରକୁ ଚାଲୁ ରହିଥିଲେ ମଧ୍ୟ ପୋଲିସକୁ ଅଭିଯୋଗ କରି କିଛି ଲାଭ ହେଉନାହିଁ । ତେଣୁ ଲୋକଙ୍କ ଭିତରେ ଅସନ୍ତୋଷ ତେଜୁଛି । ଯାହାକୁ ନେଇ ମହିଳା ମଣ୍ଡଳ ପକ୍ଷରୁ ଏଭଳି ପ୍ରତିବାଦ କରାଯାଇଛି । ଶୋଭାଯାତ୍ରା କରିବା ସହ ମହିଳାମାନେ ବାଲିଗୁଡା ଏସଡିପିଓଙ୍କୁ ଦାବିପତ୍ର ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.