ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ସହର ପୁରୀକୁ ଆତଙ୍କବାଦୀଙ୍କ ଭୟ! ଏନ୍ଆଇଏ ଜିଡିଙ୍କ ସୂଚନା ପରେ ଆଲର୍ଟ ଜାରି

ପୁରୀ(କେନ୍ୟୁଜ୍) : ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ସହର ପୁରୀକୁ ଆତଙ୍କବାଦୀଙ୍କ ଭୟ । ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ ସକ୍ରିୟା ନେଇ ଏନ୍ଆଇଏ ଜିଡିଙ୍କ ସୂଚନା ପରେ ସଜାଗ ହୋଇଛି ଓଡିଶା ପୋଲିସ । ଏନ୍ଆଇଏ ପକ୍ଷରୁ ସମ୍ଭାବ୍ୟ ୧୨୫ ଜଣଙ୍କ ତାଲିକା ଗୁଇନ୍ଦା ବିଭାଗକୁ ପ୍ରଦାନ କରାଯାଇଛି । ବାଂଲାଦେଶ ଲିଙ୍କ୍ ଅଭିଯୋଗରେ ପୂର୍ବରୁ ପୁରୀ ଓ କଟକରୁ ଗିରଫଦାରୀ ହୋଇଛି । ଏନ୍ଆଇର ଚାଞ୍ଚଲ୍ୟକର ତଥ୍ୟ ପରେ ପର୍ଯ୍ୟଟନ ସହର ପୁରୀରେ ଆଲର୍ଟ ଜାରି ହୋଇଛି । ଏଥିସହ ରେଳ ଷ୍ଟେସନ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀକୁ ପ୍ରତ୍ୟେହ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆସୁଥିବାରୁ ସହରକୁ ଆତଙ୍କବାଦୀଙ୍କ ଭୟ ରହୁଛି । ସ୍ଥଳପଥରେ ପୁରୀକୁ ୩ଟି ଦିଗରୁ ପ୍ରବେଶ ସୁବିଧା ରହିଛି । ହୋଟେଲରେ ରହୁଥିବା ପ୍ରତି ପର୍ଯ୍ୟଟକଙ୍କ ସୂଚନା ସହ ଚେକିଂକୁ କଡ଼ାକଡ଼ି ପାଇଁ ଦାବି ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସ୍ପି ।