ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ଅଳକା ମହାନ୍ତିଙ୍କୁ ମନୋନୟନ କରିଛି ଦଳ

ବ୍ରଜରାଜନଗ (କେନ୍ୟୁଜ):ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ। ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିଛନ୍ତି। ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି। ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି ବୋଲି ଅଳକା ମହାନ୍ତିଙ୍କ ପ୍ରତିକ୍ରିୟା ରଖିଛନ୍ତି। ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବଡ଼ ବ୍ୟବଧାନରେ ବିଜୟ ପାଇଁ ଉଦ୍ୟମ କରିବୁ। ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବି ବୋଲି କହିଛନ୍ତି।

ଗତକାଲି ରାଧାରାଣୀ ପଣ୍ଡାଙ୍କ ନାଁ ଉପରେ ମୋହର ମାରିଥିଲା ବିଜେପି । ବୁଧବାର ନାମାଙ୍କନ ଦାଖଲର ଶେଷ ଦିନ । ବ୍ରଜରାଜନଗର ବିଧାୟକ ଥିବା କିଶୋର ମହାନ୍ତିଙ୍କର ଦେହାନ୍ତ ପରେ ଏହି ଆସନଟି ଖାଲି ପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.