ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ସବୁ ଗାଡି, ଅନୁମତି ଦେଲେ ସରକାର

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଗଡିବ ସବୁ ଗାଡି । କଣ୍ଟେନମେଣ୍ଟ ଜୋନ୍ ବ୍ୟତୀତ ରାଜ୍ୟରେ ଅନ୍ୟ ସବୁଠି ବସ୍, ସିଟି ବସ୍ ଓ ଯାତ୍ରୀବାହୀ ଗାଡ଼ି ଚଳାଚଳ ପାଇଁ ସରକାର ଅନୁମତି ଦେଇଛନ୍ତି ଅର୍ଥାତ୍ ଅନ୍ତଃଜିଲ୍ଲା ବସ୍‌ ଚଳାଚଳ ଆରମ୍ଭ ହେବ। ଆସନ୍ତାକାଲିଠାରୁ ରାଜ୍ୟରେ ସିଟି ବସ୍ ଚଳାଚଳ ମଧ୍ଯ ଆରମ୍ଭ ହେବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନର୍ ସୂଚନା ଦେଇଛନ୍ତି। ତେବେ ବସ୍‌ରେ ଯେତିକି ସଂଖ୍ୟକ ସିଟ୍ କେବଳ ସେତିକି ଯାତ୍ରୀ ଯାତ୍ରା କରିପାରିବେ ଓ କୌଣସି ଯାତ୍ରୀ ଛିଡ଼ା ହୋଇ ଯାଇପାରିବେନି । ଏହାସହିତ ବସ୍ ଯାତ୍ରୀମାନଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ସେ ସୂଚନା ଦେଇଛନ୍ତି ।

କେବଳ ବସ ନୁହଁ,  ଅଟୋରିକ୍ସା ଚଳାଚଳକୁ ବି ସରକାର ଅନୁମତି ଦେଇଛନ୍ତି।  ଓଲା, ଉବେର ଆଦି ଟାକ୍ସି ଅପରେଟର୍ ଏଣିକି ଦିନରାତି ସେବା ଯୋଗାଇବେ। କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଥିବାର ମଧ୍ୟ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍।

busଏହାସହ ଏୟାରପୋର୍ଟ, ଷ୍ଟେସନକୁ ୨୪ ଘଣ୍ଟିଆ ଗାଡ଼ି ଚଳାଚଳ କରିବ । ବସଷ୍ଟାଣ୍ଡକୁ ମଧ୍ୟ ୨୪ ଘଣ୍ଟିଆ ଗାଡ଼ି ଚାଲିବାକୁ ଅନୁମତି ମିଳିଛି । ତେବେ ଯାତ୍ରା ସମୟରେ ସମସ୍ତ ଯାତ୍ରୀ ନିୟମ ମାନିବ ବାଧ୍ୟତାମୂଳକ ରହିଛି । ଯଦି କେହି ନିୟମ ନମାନେ ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଆରସି କହିଛନ୍ତି ।

Leave A Reply

Your email address will not be published.