ବାତ୍ୟା ପାଇଁ ସୋମବାର ବନ୍ଦ ରହିବ ରାଜ୍ୟର ୧୧ଟି ଜିଲ୍ଲାରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ, ସ୍କୁଲ ବନ୍ଦ ନିଷ୍ପତ୍ତି ଜିଲ୍ଲାପାଳମାନଙ୍କ ଉପରେ
![university](https://knewsodisha.com/wp-content/uploads/2021/09/university.jpg)
ଭୁବନେଶ୍ୱର(କେନ୍ୟୁଜ୍) : ସାମୁଦ୍ରିକ ଝଡ଼ ‘ଗୁଲାବ’ କୁ ସ୍ଥିତିରେ ରଖି ସେପ୍ଟେମ୍ବର ୨୭ ତାରିଖ ସୋମବାର ପ୍ରଭାବିତ ୧୧ଟି ଜିଲ୍ଲାରେ ବନ୍ଦ ରହିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ନିଷ୍ପ୍ତ୍ତି ନିଆଯାଇଛି ।
ସୋମବାର ଯେଉଁ ଜିଲ୍ଲା ଗୁଡ଼ିକରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ ସେଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଂଗପୁର ଓ କଳାହାଣ୍ଡି।
ବାତ୍ୟା ପରେ ବର୍ଷା ହେବ। ଆଇଏମଡି ଅନୁସାରେ ୟେଲୋ ଓ ରେଡ ଜୋନ ହୋଇଛି। ବର୍ଷା ହେଲେ ପିଲା ଘରକୁ ନ ବହାରନ୍ତୁ। ସ୍କୁଲ ନ ଆସନ୍ତୁ। ତେବେ ଆସନ୍ତାକାଲି ସକାଳର ପରିସ୍ଥିତି ଦେଖି ଜିଲ୍ଲାପାଳମାନଙ୍କୁ ସ୍କୁଲ ବନ୍ଦ ନିଷ୍ପତ୍ତି ନେବାକୁ କ୍ଷମତା ଦିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
In view of cyclone Gulab, all universities and colleges under Higher Education Dept will remain closed tomorrow for students in the following 11 districts.
11 districts- Puri Khurda Nayagarh Ganjam Gajapati Kandhamal Raygada Koraput Malkanagiri Nabarangpur Kalahandi
— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର 🇮🇳 (@DHE_Odisha) September 26, 2021