ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଙ୍ଗଠନ, ଦଳର ହେବ ନବକଳେବର

ଭୁବନେଶ୍ୱର : ଭାଙ୍ଗିଲା ବିଜେଡିର ସମସ୍ତ ପ୍ରମୁଖ ସଂଗଠନ । ଦଳର ହେବ ନବକଳେବର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଜେଡିର ସମସ୍ତ ପ୍ରମୁଖ ସଂଗଠନକୁ ଭଙ୍ଗା ଯାଇଛି । ବିଜୁ ମହିଳା ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଛାତ୍ର ଜନତା ଦଳ, ବିଜୁ ଶ୍ରମିକ ସାମୁଖ୍ୟ, ଲିଗାଲ ସେଲ୍କୁ ଭଙ୍ଗାଯାଇଛି ।
ପୂର୍ବରୁ ଦଳର ସାଂଗଠନିକ ସମ୍ପାଦକ ପଦରୁ ପ୍ରଣବ ପ୍ରକାଶ ଦାସ ଇସ୍ତଫା ଦେଇଥିଲେ । ଆଗକୁ ଦଳର ସାଂଗଠନିକ ନିର୍ବାଚନ ହେବାର ଅଛି ।
ଏଥି ସହିତ ବିଜେଡିରେ ସାଙ୍ଗଠନିକ ନିର୍ବାଚନ ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଚଳିତ ମାସ ୨୦ ତାରିଖରେ ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ସାଂସଦ ଏବଂ ପୂର୍ବତନ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଦଳର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି।
24 ବର୍ଷର ସରକାର ସୋଚନୀୟ ଭାବରେ ପରାଜୟ ବରଣ କରିଛି। ହେଲେ ଆଗକୁ ଆସୁଥିବା ପୌର ନିର୍ବାଚନରେ ଦଳ ଯେପରି ନିଜର ପତିଆରା ଜାହିର କରିପାରିବ। ଆଉ ପୁଣିଥରେ ନିଜର ସ୍ଥାନକୁ ଫେରିପାରିବ ସେଥିପ୍ରତି ଅଧିକ ଗୁରୁତ୍ୱ ଦେଉଛି ଦଳ ।
ଆହୁରି ପଢନ୍ତୁ : ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ହରିବାବୁ କମ୍ଭମପତି