ବାତ୍ୟା ‘ଜୱାଦ’ର ମୁକାବିଲା ପାଇଁ ପ୍ରସ୍ତୁତ ସବୁ ଜିଲ୍ଲା ପ୍ରଶାସନ: ମାଡ଼ି ଆସିବ ସମୁଦ୍ର ଉଠିବ ବଡ଼ ଜୁଆର, ଡାକବାଜି ଯନ୍ତ୍ରରେ କରାଯାଉଛି ସଚେତନ

କେନ୍ଯୁଜ୍: ବାତ୍ୟା ଜଓ୍ଵାଦ ପ୍ରଭାବରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ ସମୁଦ୍ର ଜଳ। କେନ୍ଦ୍ରାପଡ଼ା ଟିକାୟତ ନଗରରେ ୨ କିମି ପର୍ଯ୍ୟନ୍ତ ସମୁଦ୍ର ଜୁଆର ମାଡ଼ି ଆସିବା ଆଶଙ୍କା ରହିଛି । ସେହିଭଳି ଜଗତସିଂହପୁର ଜିଲ୍ଲା ମୁଷାଡ଼ିଆ ଅଞ୍ଚଳରେ ମଧ୍ୟ ୨ କିମିରୁ ଅଧିକ ସମୁଦ୍ର ଜଳ ମାଡ଼ି ଆସିବ। ପୁରୀ ଛୁରିଆନା ଅଞ୍ଚଳରେ ୧ କିମିରୁ ଅଧିକ ଦୂର ଯାଏ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିବ ସମୁଦ୍ର ପାଣି। ବାଲେଶ୍ୱରର ଶ୍ରୀକୋଣ, ଗଞ୍ଜାମର ଗୋଳବନ୍ଧ ଓ ପ୍ରୟାଗି, ଭଦ୍ରକର ମୋହନପୁରରେ ମଧ୍ୟ ସମୁଦ୍ର ଜଳ ପ୍ରାୟ ୧ କିମି ଯାଏ ମାଡ଼ି ଆସିପାରେ ।

ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ଜଓ୍ଵାଦ୍‌:

ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ ବାତ୍ୟା ଜଓ୍ଵାଦ୍‌ । ହେଲେ ପୁରୀରେ ସମୁଦ୍ର ଅଶାନ୍ତ ରହିଛି । ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନ ଯିବାକୁ କୁହାଯାଉଛି । ନିଜେ ପୁରୀ ଏସପି ଉପସ୍ଥିତ ରହି ଲୋକଙ୍କୁ ବାରଣ କରାଯାଉଛି । ସମୁଦ୍ର କେତେବେଳେ ବି ଭୟଙ୍କର ରୂପ ଧାରଣ କରିପାରେ । ଏଥିପାଇଁ ପର୍ଯ୍ୟଟକଙ୍କୁ ସମୁଦ୍ର ଭିତରକୁ କୁହାଯାଉଛି । ଏମିତିକି ମତ୍ସ୍ୟଜୀବୀଙ୍କୁ ମଧ୍ୟ ବାରଣ କରାଯାଉଛି । କୂଳରୁ ଡଙ୍ଗା ଓ ଜାଲ ଉଠାଇବେନାକୁ କୁହାଯାଇଛି । ଦେକାନୀ ମାନଙ୍କୁ ବନ୍ଦ ରଖିବାକୁ କୁହାଯାଇଛି । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଉଛି ।

ବାତ୍ୟା ‘ଜୱାଦ’ ମୁକାବିଲା ପାଇଁ ପ୍ରସ୍ତୁତ ଗଜପତି ଜିଲ୍ଲା ପ୍ରଶାସନ:

ବାତ୍ୟା ‘ଜୱାଦ’ ମୁକାବିଲା ପାଇଁ ପ୍ରସ୍ତୁତ ଗଜପତି ଜିଲ୍ଲା ପ୍ରଶାସନ । ୬୧ ଜଣ ଗର୍ଭବତୀଙ୍କୁ ମା ଗୃହ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜିଲ୍ଲାରେ ୨ଟି ଓଡ୍ରାଫ୍‌ ଟିମ୍‌, ୧୦ଟି ଅଗ୍ନିଶମ ବାହିନୀ ଓ ଗୋଟିଏ NDRF ଟିମ୍‌ ସଜାଗ ଅଛନ୍ତି । ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ମିଶାଇ ୨୨ଟି ଟିମ୍‌ ଗଠନ କରାଯାଇଛି । ଜିଲ୍ଲାରେ ୧୨ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ବିଦ୍ୟୁତ ସେବା ବାଧାପ୍ରାପ୍ତ ହେଲେ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ଦୁଇ ଦିନ ପବନ ବର୍ଷା ସମୟରେ ଘରୁ ବାହାରକୁ ନବାହାରିବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

ବାତ୍ୟା ଜୱାଦକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତତ୍ପର:

ବାତ୍ୟା ଜୱାଦକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତତ୍ପର । କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ ଏହାକୁ ସମ୍ମୁଖୀନ ହେବା ପାଇଁ ସମସ୍ତ ସ୍ତରରେ ସଜାଗ ରହିଛନ୍ତି । ଗତକାଲି ରାତିରୁ ବର୍ଷା ଅନବରତ ଲାଗି ରହିଥିବା ବେଳେ, ସମୁଦ୍ର ଅଶାନ୍ତ ଥିବାର ଦେଖାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ପାରାଦୀପରେ ପହଞ୍ଚିଛନ୍ତି ଏନଡ଼ିଆର୍‌ଏଫ୍‌ ଟିମ୍‌। ସମସ୍ତ ଆନୁସଙ୍ଗିକ ଉପକରଣ ସହ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ଏନଡ଼ିଆରଏଫ ଟିମ୍‌ l ପାରାଦୀପ ବନ୍ଦର ପକ୍ଷରୁ ୫ଟି ବାତ୍ୟା ଆଶ୍ରୟସ୍ଥଳୀର ବ୍ୟବସ୍ଥା ସହ ଖାଦ୍ୟ ପାନୀୟ ଓ ଡିଜି ମେସିନର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ୨୪ଟି ବାତ୍ୟା ଆଶ୍ରୟସ୍ଥଳୀକୁ ଚିହ୍ନଟ କରାଯାଇଛି। ଆବଶ୍ୟକ ପଡିଲେ ତଳିଆ ଅଞ୍ଚଳର ପ୍ରାୟ ୪୦୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ।

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗର୍ଭବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି:

ବାତ୍ୟା ମୁକାବିଲା ପଇଁ ପ୍ରସ୍ତୁତ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସମୁଦ୍ର କୂଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଗର୍ଭବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରରୁ ମାଛ ମାରିବା ପାଇଁ ଆସିଥିବା ଧୀବରଙ୍କୁ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି। ଏପଟେ ଗୋପାଳପୁର, ସୋନପୁର, ରାମେୟାପାଟଣା ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ବେଳାଭୂମି ନିକଟକୁ ଯିବାକୁ ବାରଣ ହୋଇଛି।

ବାତ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତ ସରିଛି । ଜିଲ୍ଲାର ବିଭିନ୍ନ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳି ଗୁଡ଼ିକ ପ୍ରସ୍ତୁତି କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳି ବୁଲି ଦେଖିଛନ୍ତି ପ୍ରାଶାସନିକ ଅଧିକାରୀ । ଆଶ୍ରୟସ୍ଥଳିରେ ଜେନେରେଟର ଓ ଅନ୍ୟାନ୍ୟ ସୁରକ୍ଷା ସରଞ୍ଜାମ ରଖାଯାଇଛି ।

 

Leave A Reply

Your email address will not be published.