ପ୍ରାୟ ୫ ମାସ ପରେ ସମ୍ବଲପୁରରେ ଖୋଲିଲା ସବୁ ସରକାରୀ କାର୍ଯ୍ୟାଳୟ

ସମ୍ବଲପୁରର(କେନ୍ୟୁଜ୍) : ଆଜିଠୁ ପୁଣି ଖୋଲିଲା ସମ୍ବଲପୁରର ସବୁ ସରକାରୀ କାର‌୍ୟ୍ୟାଳୟ । ସ୍ୱାଭାବିକ ହୋଇଛି କାମ। ପଶ୍ଚିମଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ୫ ମାସରୁ ଅଧିକ ସମୟ ଧରି ସଂଘ ଆନ୍ଦୋଳନ ଚଳାଇଥିବା ବେଳେ ୧୮୦ରୁ ଅଧିକ ସଂଗଠନ ଏହାକୁ ସମର୍ଥନ ଜଣାଉଥିଲେ । ଏଥିଯୋଗୁଁ ପିକେଟିଂ କରି ସରକାରୀ ଅଫିସ ବନ୍ଦ କରାଯାଇଥିଲା । ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସମସ୍ତ ସଂଗଠନ ସହ ଆଲୋଚନା କରି ସରକାରୀ ଅଫିସକୁ ଆଉ ବନ୍ଦ ନ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି । ହେଲେ କୋର୍ଟ କାର‌୍ୟ୍ୟରୁ ନିଜକୁ ଓକିଲମାନେ ଦୂରେଇ ରଖିବେ ବୋଲି ସମ୍ବଲପୁର ବାର କାଉନସିଲ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି ।