ଭୁବନେଶ୍ୱର ଜୟଦେବ ଭବନରେ ଆକାଶବାଣୀ ପକ୍ଷରୁ ଆୟୋଜିତ ହେଲା ସର୍ବଭାରତୀୟ ସମ୍ମେଳନ– ୨୦୧୯

ଭୁବନେଶ୍ୱର ଜୟଦେବ ଭବନରେ ଆକାଶବାଣୀ ମହାନିର୍ଦ୍ଦେଶାଳୟ ପକ୍ଷରୁ ସର୍ବଭାରତୀୟ ସମ୍ମେଳନ– ୨୦୧୯ ଆୟୋଜିତ ହୋଇଯାଇଛି । ଆକାଶବାଣୀ, କଟକ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି ଶାସ୍ତ୍ରୀୟ ସଂଗୀତ ସମାରୋହରେ ପଣ୍ଡିତ ନରେଶ ମାଲହୋତ୍ରା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟନ କ୍ରମରେ ରାଗ ଶୁଦ୍ଦ କଲ୍ୟାଣ ଏବଂ ଯୋଗ ପରିବେଷଣ କରିଥିଲେ । ପରେ ପରେ ବେଙ୍ଗାଲୁରୁର ପଣ୍ଡିତ ପ୍ରବୀନ ଗୋଡ଼ଖନ୍ଦି ବଂଶୀରେ ରାଗ ଗୋରଖ କଲ୍ୟାଣ ଓ ମିଶ୍ର ପାହାଡ଼ୀ ଧୂନ ପରିବେଷଣ କରିଥିଲେ । ଭାରତୀୟ ଶାସ୍ତ୍ରୀୟ ସଂଗୀତର ସୁରକ୍ଷା, ପ୍ରସାର ଓ କଳାକାରଙ୍କୁ ପ୍ରୋତ୍ସାହନ ପାଇଁ ୧୯୫୪ ମସିହାରୁ ପ୍ରତିବର୍ଷ ଆକାଶବାଣୀର ଏହି ବାର୍ଷିକ ସଂଗୀତ ସମ୍ମେଳନ ଆୟୋଜନ କରିଆସୁଛି । ଏହି ଅବସରରେ ବହୁଶାସ୍ତ୍ରୀୟ ସଂଗୀତ ପ୍ରେମୀ, ସଂଗୀତ କଳାକାର ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।