ଆସନ୍ତାକାଲି ଧର୍ମଘଟକୁ ଓହ୍ଲାଇବ ଅଲ୍ ଓଡ଼ିଶା ରାଇସ ମିଲର ଆସୋସିଏସନ

ବାଂଶପାଳ : ଆସନ୍ତାକାଲି ଧର୍ମଘଟକୁ ଓହ୍ଲାଇବ ଅଲ୍ ଓଡ଼ିଶା ରାଇସ ମିଲର ଆସୋସିଏସନ । କାଲି ସବୁ ଜିଲ୍ଲାରେ ଆନ୍ଦୋଳନ ହେବ । ୪ ତାରିଖରେ ଭୁବନେଶ୍ବରେ ଆନ୍ଦୋଳନ କରିବ ସଂଘ । ଧାନ ସଂଗ୍ରହ ସଂପର୍କିତ ଦୀର୍ଘ ଦିନରୁ ଥିବା ଏକାଧିକ ଦାବି ପୂରଣ ନହେବାରୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛି ସଂଘ । କଷ୍ଟମ୍ ମିଲିଂ ଚାର୍ଜ ୨୦ ଟଙ୍କାରୁ ୧୪୦ ଟଙ୍କାକୁ ବୃଦ୍ଧି ଦାବି କରୁଛି ସଂଘ । ଦୁଇ ଦଶନ୍ଧି ହେବ କଷ୍ଟମ ମିଲିଂ ଚାର୍ଜ ବଢ଼ି ନଥିବା ସଂଘ କହିଛି । ସେହିଭଳି ଧାନ ଓ ଚାଉଳ ପରିବହନରେ ଦର ବୃଦ୍ଧି ଦାବି କରୁଛି ସଂଘ । ୨୦୧୮-୧୯ ପରେ ଏହି ଦରରେ ବୃଦ୍ଧି ହୋଇନାହିଁ । ଧାନ ସାଇତି ରଖିବା ପାଇଁ କ୍ବିଣ୍ଟାଲ ପିଛା ମିଲରଙ୍କୁ ୭ଟଙ୍କା ୨୦ ପଇସା ମିଳୁଛି । ଏହାକୁ ମଧ୍ୟ ବଢ଼ାଇବାକୁ ସଂଘ ଦାବି କରୁଛି । ଏହା ବ୍ୟତୀତ ଆଉ କେତେକ ଦାବି ମଧ୍ୟ ରହିଛି ।

You might also like