ବଜେଟ୍‌ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଯେଉଁ ସଦସ୍ୟମାନେ ଚାହିଁବେ ସେମାନେ ଭିଡିଓ କନଫରେନ୍‌ସିଂରେ ମଧ୍ୟ ଅଧିବେଶନରେ ଯୋଗ ଦେଇପାରିବେ । ବିଜେଡି ଓ କଂଗ୍ରେସ ଏଥିରେ ସହମତି ପ୍ରକାଶ କରିଥିବା ବେଳେ ଏହି ନିଷ୍ପତ୍ତିକୁ ବିଜେପି ବିରୋଧ କରିଛି । .

କେନ୍ୟୁଜ୍(ବ୍ୟୁରୋ): ବିଧାନସଭା ବଜେଟ୍‌ ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ୧୫ଟି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏଥର ଅଧିବେଶନ ବେଳେ ଦର୍ଶକ ଗ୍ୟାଲେରୀକୁ ସାଧାରଣ ଲୋକ ଆସିପାରିବେ ।

ଯେଉଁ ସଦସ୍ୟମାନେ ଚାହିଁବେ ସେମାନେ ଭିଡିଓ କନଫରେନ୍‌ସିଂରେ ମଧ୍ୟ ଅଧିବେଶନରେ ଯୋଗ ଦେଇପାରିବେ । ବିଜେଡି ଓ କଂଗ୍ରେସ ଏଥିରେ ସହମତି ପ୍ରକାଶ କରିଥିବା ବେଳେ ଏହି ନିଷ୍ପତ୍ତିକୁ ବିଜେପି ବିରୋଧ କରିଛି । .