ସରିଲା ସର୍ବଦଳୀୟ ବୈଠକ, ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

ଭୁବନେଶ୍ବର(କେନ୍ୟୁଜ୍): ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସରିଲା ସର୍ବଦଳୀୟ ବୈଠକ। ବୈଠକରେ ଗୃହରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସବୁଦଳର ନେତାଙ୍କୁ ନେଇ ଆଲୋଚନା ହୋଇଛି। ଆସନ୍ତାକାଲି ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ। ପ୍ରତିଦିନ ୨ଟି ମୂଲତବୀ ପ୍ରସ୍ତାବରେ ଆଲୋଚନା ପାଇଁ ଚେଷ୍ଟା ହେବ ବୋଲି କହିଛନ୍ତି ସୂର୍ଯ୍ୟନାରାୟଣ ପାତ୍ର। ସହଯୋଗ ପାଇଁ ସବୁଦଳ ସମ୍ମତି ପ୍ରଦାନ କରିଛନ୍ତି। ବିଧାନସଭା ବାଚସ୍ପତିଙ୍କ ପ୍ରକୋଷ୍ଠରେ ହୋଇଥିବା ବୈଠକରେ ସବୁ ଦଳର ନେତା ଉପସ୍ଥିତ ଥିଲେ। ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହୋଇ ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ଯାଏ ଚାଲିବ । ସେହିପରି ୨୭ରେ ଉପ-ବାଚସ୍ପତି ନିର୍ବାଚନ ହେବ । ସେହିପରି ୨୮ରେ ଆସିବ ରାଜ୍ୟ ବଜେଟ୍‌ । ଏଥର ନବ ନିର୍ବାଚିତ ବିଧାୟକଙ୍କୁ ସଂସଦୀୟ ପରମ୍ପରା ଉପରେ ତାଲିମ ଦିଆଯିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି ।।