ବିଜୁ ପଟ୍ଟନାୟକ ବିମାନ ବନ୍ଦର ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ବିଏମସି, ଯାତ୍ରୀଙ୍କର ହେବ କୋଭିଡ ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ବିମାନବନ୍ଦର ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ବିଏମସି। ଭୁବନେଶ୍ୱର ବିମାନ ବନ୍ଦର ଦେଇ ଆସୁଥିବା ସମସ୍ତ ଯାତ୍ରୀଙ୍କର ହେବ କୋଭିଡ ପରୀକ୍ଷା। ଭୁବନେଶ୍ୱର ବିମାନ ବନ୍ଦରକୁ ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ଆର୍ଟିପିଆର ଟେଷ୍ଟ ବାଧ୍ୟତାମୂଳକ । ବିମାନ ଯାତ୍ରୀ ମାନଙ୍କୁ ଯେଉଁମାନେ ପୂର୍ବରୁ ଟୀକାକରଣ କରିସାରିଛନ୍ତି କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟରେ ଅଛନ୍ତି ସେମାନଙ୍କୁ ମଧ୍ୟ ଏହି କୋଭିଡ୍ ପରୀକ୍ଷା କରିବାକୁ ପଡିବ ।

ଏଥିଲାଗି ବିଏମସି ସ୍ବତନ୍ତ୍ର କ୍ୟାମ୍ପ କରିବ। ଯେଉଁ ଯାତ୍ରୀଙ୍କ ଗନ୍ତବ୍ୟ ସ୍ଥଳ ଭୁବନେଶ୍ୱର ସେମାନଙ୍କ ରିପୋର୍ଟ ଆସିବା ଯାଏଁ ଘରେ କ୍ବାକେଣ୍ଟାଇନରେ ରହିବେ। ପଜିଟିଭ୍ କେସ୍ ପାଇଁ ସାଧାରଣ ପ୍ରୋଟୋକଲ୍ ଅନୁସରଣ କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.