ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ସକାଳ ୬ଟା ୩୦ ରୁ ୧୦ ୩୦ ଚାଲିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ଆଜି ଭୁବନେଶ୍ୱରରେ ତାପମାତ୍ରା ୪୩.୫ ଡିଗ୍ରୀ ଥିବା ବେଳେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ସକାଳ ୬ଟା ୩୦ ରୁ ୧୦ ୩୦ ଯାଏ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କେନ୍ୟୁଜ (ବ୍ୟୁରୋ) : ଆଜି ଭୁବନେଶ୍ୱରରେ ତାପମାତ୍ରା ୪୩.୫ ଡିଗ୍ରୀ ଥିବା ବେଳେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ସକାଳ ୬ଟା ୩୦ ରୁ ୧୦ ୩୦ ଯାଏ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲର ୧ମ ଶ୍ରେଣୀରୁ ୧୨ଶ ଶ୍ରେଣୀ ଯାଏ ଓ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଏହି ନିୟମକୁ ପାଳନ କରିବେ ।

ଏହାକୁ ତୁରନ୍ତ ଲାଗୁ କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ପୂର୍ବରୁ ଖରାକୁ ଦୃଷ୍ଟିରେ ରଖି ସରକାର ଓଡିଶାର ସମସ୍ତ ସ୍କୁଲକୁ ସକାଳୁଆ କରିଥିଲେ । ଏହା ସକାଳ ୬ ଟା ୩୦ ରୁ ୧୧ ଟା ୩୦ ଯାଏ ଚାଲୁଥିଲା । ଆଜି ଭୁବନେଶ୍ୱର ଓଡିଶାରୁ ସମସ୍ତ ଜିଲ୍ଲା ଠାରୁ ଅଧିକ ଉତ୍ତପ୍ତ ଥିବାରୁ ଖୋର୍ଦ୍ଧା ପାଇଁ ଏହା ଘୋଷଣା କରାଯାଇଛି । ଏଥିସହ ସ୍କୁଲରେ ୩ ଥର ପାଣି ପିଇବା ପାଇଁ ପାଣି ଟାଇମ ବେଲ ବାଜିବାକୁ ମଧ୍ୟ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଶଯୋଗ୍ୟ ଯେ  ଆଜି ରାଜଧାନୀରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଦିନ ୧୧ଟା ୩୦ରେ ୩୯.୮ ଡିଗ୍ରୀ ଥିଲା ଭୁବନେଶ୍ବରର ତାପମାତ୍ରା । ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରହିବ। ଆହୁରି ୨ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ। ଦିନ ତାପମାତ୍ରା ସ୍ବାଭାବିକଠୁ ୩ରୁ ୫ ଡିଗ୍ରି ସେଲସିୟସ ଅଧିକ ରହିପାରେ । ୬ ତାରିଖ ଯାଏଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ହିଟ୍ ୱେଭ୍ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଖୋର୍ଦ୍ଧା, କଟକ, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ମାଲକାନଗିରି, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାରେ ଜାରି ରହିବ ଉଷ୍ଣ ତାପମାତ୍ରା । ତେବେ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିବା ସମ୍ଭାବନା ରହିଛି।

 

You might also like